Odisha news

ଶନି ଦେବଙ୍କ ସାଢେ଼ ସାତି ପ୍ରକୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହିସବୁ ଉପାୟ

0

ବର୍ତମାନ କୁମ୍ଭ ,ମକର , ମୀନ ରାଶି ରେ ଶନି ଦେବ ଙ୍କ ସାଢେ଼ ସାତି ଯୋଗ ଚାଲିଛି ଓ କର୍କଟ ଏବଂ ବିଛା ରାଶିରେ ଶନି ଦେବ ଙ୍କ ଅଢେଇ ଯୋଗ ଚାଲିଛି । ଶନି ଦେବଙ୍କୁ ଜ୍ୟୋତିଷ ଶାସ୍ତ୍ର ରେ କୃର ଗ୍ରହ ବୋଲି କୁହାଯାଇ ଥାଏ ଏବଂ ଏହାଛଡା ଏହି ୨ଟି ଯୋଗ କୁ ଜ୍ୟୋତିଷ ଶାସ୍ତ୍ର ରେ ବିପଦ ର ଯୋଗ ବୋଲି କୁହାଯାଇ ଥାଏ । ଏହାଦ୍ବାରା ଜୀବନ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ ।

ଶାସ୍ତ୍ର ବିତ୍ ଙ୍କ ମତରେ ଶନି ଦେବ ଙ୍କ ପ୍ରକୋପ ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ହନୁମାନ ଙ୍କୁ ପୂଜା କରିବା ଆବଶ୍ୟକ । ହନୁମାନ ଏହି କଳିଯୁଗ ରେ ଜାଗ୍ରତ ଦେବତା ଅଟନ୍ତି । ଯିଏ କି ନିଜ ଭକ୍ତ ମାନଙ୍କର ସମସ୍ତ କଷ୍ଟ ଦୂର କରି ଥାଆନ୍ତି ।
* ତେଣୁ ପ୍ରତି ଶନିବାର ଦିନ ହନୁମାନ ଙ୍କ ନିକଟରେ ହନୁମାନ ଅଷ୍ଟକ ପାଠ କରନ୍ତୁ, ଏହାଦ୍ବାରା ଶନି ଦେବ ଙ୍କ କ୍ରୁର ପ୍ରକୋପ ରୁ ନିଜକୁ ରକ୍ଷା କରିହେବ । ହନୁମାନ ଅଷ୍ଟକ ପାଠ କରିବା ସମୟରେ ହାତରେ ଗୋଟିଏ ନାଲି ଫୁଲ ସହିତ ତୁଳସୀ ଧରିବେ ଓ ପାଠ କରି ସାରିବେ ହନୁମାନ ଙ୍କ ପଦ ତଳେ ଅର୍ପଣ କରନ୍ତୁ ।
* ଯେଉଁ ରାଶିର ବ୍ୟକ୍ତି ଙ୍କ ଉପରେ ଶନି ଦେବ ଙ୍କ ସାଢେ଼ ସତୀ ପ୍ରକୋପ ରହିଛି ସେହି ରାଶିର ବ୍ୟକ୍ତି ପ୍ରତି ଶନିବାର ଦିନ ହନୁମାନ ଙ୍କ ନିକଟରେ ଗୋଟିଏ ଅଖଣ୍ଡ ଦୀପ ବସାଇ ହନୁମାନ ଚାଳିଶା ୭ଥର କିମ୍ବା ୧୧ ଥର ପାଠ କରନ୍ତୁ । ଏହାଦ୍ବାରା ଜୀବନ ରୁ ଶନି ଙ୍କ ପ୍ରକୋପ ହ୍ରାସ ହୋଇଥାଏ ।
* ଶନି ଦେବଙ୍କ ଘର ହେଉଛି ମକର ରାଶି । ଶନିବାର ଦିନ ମକର ରାଶିର ବ୍ୟକ୍ତି ସକାଳୁ ଗାଧୋଇ ସାରି ହନୁମାନ ଙ୍କ ନିକଟରେ ରାମ ନାମ ଜପ କରିବା ଆବଶ୍ୟକ । ଏହାଦ୍ବାରା ହନୁମାନ ସମସ୍ତ କଷ୍ଟ ହରଣ କରିବେ । ଏହାଛଡା ସନ୍ଧ୍ୟା ସମୟରେ ଶନି ଦେବ ଙ୍କୁ ରାଶି ତେଲ କିମ୍ବା ସୋରିଷ ତେଲ ଟିଏ ଅର୍ପଣ କରି ଶନି ସ୍ତୋତ୍ର ପାଠ କରନ୍ତୁ ।
* ଶନି ଚାଳିଶା ଖୁବ୍ ପ୍ରଭାବଶାଳୀ ଅଟେ । ତେଣୁ ଯେଉଁ ବ୍ୟକ୍ତି ପ୍ରତି ଶନିବାର ଦିନ ଶନି ଦେବ ଙ୍କ ନିକଟରେ ଶନି ଚାଳିଶା ପାଠ କରିବେ ସେମାନେ ଶନି ଦେବ ଙ୍କ ସାଢେ଼ ଶାତି ପ୍ରକୋପ ରୁ ରକ୍ଷା ପାଇବେ । ତେଣୁ କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ମଧ୍ୟ ଶନି ଦେବଙ୍କ ସାଢେ଼ ସା ତୀ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ସ୍ଥିର ମନରେ ଶନି ଚାଳିଶା ପାଠ କରିବା ଆବଶ୍ୟକ ।
* କୁମ୍ଭ ରାଶି ର ମଧ୍ୟ ସ୍ବାମୀ ଗ୍ରହ ଶନି ଦେବ ଅଟନ୍ତି । ତେଣୁ କୁମ୍ଭ ରାଶି ର ବ୍ୟକ୍ତି ଶନିବାର ଦିନ ଗୋଟିଏ ତେଲ ଦୀପ ପ୍ରଜ୍ବଳିତ କରନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ବାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
* ପ୍ରତି ଶନିବାର ଦିନ କର୍କଟ ରାଶି ର ଲୋକେ ଶନି ଦେବଙ୍କ କୃପା ଲାଭ କରିବା ପାଇଁ ଗୋଟିଏ ପାତ୍ର ରେ ପାଣି ରଖି ସେଥିରେ ତୁଳସୀ ପତ୍ର ପକାନ୍ତୁ ଓ ହନୁମାନ କବଚ ପାଠ କରି ସାରିବା ପରେ ଉକ୍ତ ଜଳ ଓ ତୁଳସୀ କୁ ସେବନ କରି ଦିଅନ୍ତୁ । ସମସ୍ତ କଷ୍ଟ ଦୂର ହୋଇଯିବ ।
Leave A Reply