Odisha news

ଆଜି ହେଉଛି ଶନି ଅମାବାସ୍ୟା :ଏହିସବୁ ସ୍ଥାନରେ ଦୀପ ଅର୍ପଣ କରିବା ଦ୍ୱାରା ହୋଇଥାଏ ଶନି ଦେବଙ୍କ କୃପା ଲାଭ

0

ଭାଦ୍ରବ ମାସର ଅମାବାସ୍ୟା ଅଗଷ୍ଟ ୨୩ ତାରିଖ ଶନିବାର ଦିନ ହେଉଛି, ତେଣୁ ଏହିଦିନ ଟିକୁ ଶନି  ଅମାବାସ୍ୟା କୁହାଯାଇଥାଏ, ଯଦି କୌଣସି ମାସର ଅମାବାସ୍ୟା ଶନିବାର ଦିନ ପଡୁଛି ତେବେ ଏହିଦିନଟିର ଖୁବ ମହତ୍ୱ ରହିଛି,  ଶନି ଅମାବାସ୍ୟା ରେ ଶନି ଦେବଙ୍କ ସହିତ ପିତୃ ପୁରୁଷ ଙ୍କୁ ମଧ୍ୟ ଦୀପ ଅର୍ପଣ କରାଯାଇଥାଏ l ଏହିଦିନ ପବିତ୍ର ନଦୀରେ ସ୍ନାନ କରି ପିତୃ ପୁରୁଷ ଙ୍କ ପାଇଁ ତର୍ପଣ କରି ଦୁଖୀ ଙ୍କୁ ଭୋଜନ କରାଇବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ l ବିଶେଷ ଭାବରେ ଆଜିର ଦିନରେ କିଛିଟା ସ୍ଥାନରେ ଦୀପ ଜଳାଇବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ l ଭାଦ୍ରବ ମାସର ଅମାବାସ୍ୟା ର ରହିଛି ଅନେକ ମହତ୍ୱ l

* ଆଜିର ଦିନରେ ଶନି ଦେବଙ୍କ କୃପା ପ୍ରାପ୍ତ ପାଇଁ ହନୁମାନ ଙ୍କ ନିକଟରେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ, ଏବଂ କୌଣସି ମିଠା ଜିନିଷ ପ୍ରସାଦ ଭାବରେ ଅର୍ପଣ କରିବା ସହିତ ରାଶି ଲଡୁ ମଧ୍ୟ ଅର୍ପଣ କରନ୍ତୁ l

* ଯେ କୌଣସି ଅମାବାସ୍ୟା ହେଉ ସେହିଦିନ ହନୁମାନ ଏବଂ ମହାଦେବ ଙ୍କୁ ପୂଜା କରିବାର ରହିଛି ବିଶେଷ ମହତ୍ୱ, ତେଣୁ ଆଜିର ଦିନରେ ମହାଦେ ଙ୍କୁ ରାଶି ଏବଂ ମହୁ ରେ ଅଭିଷେକ କରିବା ଦ୍ୱାରା ଜୀବନ ରେ କାଳ ସର୍ପ ଦୋଷ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* ଆଜିର ଦିନରେ ହନୁମାନ ଙ୍କ ନିକଟରେ ରାଶି ତେଲର ଗୋଟିଏ ଦୀପ ଜଳାଇବା ସହିତ ୭ଥର ହନୁମାନ ଚାଳିଶା ପାଠ କରନ୍ତୁ, ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ ଏବଂ ରୋଗ, ଦୁଃଖ, ଭୟ ଓ ଅପଯଶ ଦୂର ହୋଇଥାଏ l

* ଶନି ଅମାବାସ୍ୟା ରେ ସକାଳୁ ସ୍ନାନ ସାରି ପିତୃ ପୁରୁଷ ଙ୍କ ନାମରେ ଘରର ଅଗଣା ରେ ଦୀପ ଟିଏ ଜଳାଇ ନିଅନ୍ତୁ, ଏବଂ ପ୍ରସାଦ ଭାବରେ କୌଣସି ମିଠା ଜିନିଷ ଅର୍ପଣ କରନ୍ତୁ l ଏବଂ ଜୀବନ ରେ ସୁଖ-ସମୃଦ୍ଧିର ଆଗମନ ହେବାର କାମନା କରନ୍ତୁ l ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପା ମିଳିଥାଏ l

Leave A Reply