ଆଜିଠାରୁ କାର୍ତିକ ମାସ ସମାପ୍ତ ହେଲା l ନଭେମ୍ବର ୧୫ ତାରିଖ ଆଜିର ଦିନରେ ଶନି ଦେବଙ୍କ ଚଳନ ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି l ଏହି ପରିବର୍ତ୍ତନ ୧୨ ଟି ରାଶି ଉପରେ କିଛିନା କିଛି ପ୍ରଭାବ ପକାଇବ l କେବଳ ଏତିକି ନୁହେଁ ଶନି ଙ୍କ ଏହି ଚଳନ ଦେଶ ଦୁନିଆ ଉପରେ ମଧ୍ୟ ପ୍ରଭାବ ପକାଇବ l
ଶନିଦେବ ମାର୍ଗୀ କେବେ ହେବେ –
ଶନି ହେଉଛନ୍ତି ନ୍ୟାୟର ଦେବତା, ସ୍ୱୟଂ ମହାଦେବ ତାଙ୍କୁ ଏହି ବର ପ୍ରଦାନ କରିଥିଲେ l ଶନି ଦେବ ଯେତେବେଳେ କୌଣସି ପରିବର୍ତ୍ତନ କରି ଥାଆନ୍ତି, ଜ୍ୟୋତିଷ ଶାସ୍ତ୍ରରେ ତାହାକୁ ଖୁବ ମହତ୍ଵପୁର୍ଣ ବୋଲି କୁହାଯାଇଥାଏ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୧୫ ନଭେମ୍ବର ଶୁକ୍ରବାର ଦିନ କାର୍ତିକ ପୂର୍ଣିମା ରେ ଶନି ବକ୍ର ମାର୍ଗ ହେବେ l ଶନିଦେବ ୧୩୯ ପରେ ନିଜ ଚଳନ ରେ ପରିବର୍ତ୍ତନ କରୁଛନ୍ତି l
ଶନି ଚଳନ ର ପ୍ରଭାବ –
ଶନି ଙ୍କ ସ୍ଵଭାଵ କ୍ରୁର ଅଟେ, ସେ ଖୁବ ଡେରିରେ ପ୍ରସନ୍ନ ହୋଇ ଥାଆନ୍ତି l ଏବଂ ସେ ବ୍ୟକ୍ତିର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି l ତେଣୁ ଶନି ମହାରାଜ ଙ୍କୁ କଳିଯୁଗ ର ଦଣ୍ଡାଧିକାରୀ କୁହାଯାଏ l ଶନି ଦେବ ପରିଶ୍ରମ ଅନୁସାରେ ଫ୍ଲ ପ୍ରଦାନ କରନ୍ତି l ଯେଉଁ ବ୍ୟକ୍ତି ଅସହ୍ୟ, ବୃଦ୍ଧ, ଦୁଖୀ, ନିରୀହ ଜୀବଜନ୍ତୁ ଙ୍କୁ ହଇରାଣ କରି ଥାଆନ୍ତି ସେମାନଙ୍କ ଉପରେ ଶନି ଦେବ ରୁଷ୍ଟ ହୋଇ ଥାଆନ୍ତି l
ଶନି ଦେବ କେବେ ଦେଇ ଥାଆନ୍ତି ଦଣ୍ଡ –
ଶନି ଦେବ ନିଜର ବିଶେଷ ଗୋଚର ଅବସ୍ଥାରେ ଦଣ୍ଡ ଦେବାର କାର୍ଯ୍ୟ କରନ୍ତି, ଶନି ସାଢେ ସ୍ୱାତୀ , ଶନି ଅଢେଇ , ଶନି ମହାଦେଶ , ଶନି ମାର୍ଗୀ ଅବସ୍ଥାରେ ଶନି ଦେବ ଅଧିକ ଶକ୍ତି ଶାଳୀ ହୋଇ ଥାଆନ୍ତି l ଏବଂ ସେହି ଲୋକଙ୍କୁ ଦଣ୍ଡ ଦେଇ ଥାଆନ୍ତି ଯେଉଁମାନେ ଭୁଲ କାର୍ଯ୍ୟ କରନ୍ତି l
ଏହି ସମୟ ରେ ଶନି ଶତା , ଶାସନ ହାନି କରାନ୍ତି , ସମ୍ବନ୍ଧ ଖରାପ କରନ୍ତି, ଗମ୍ଭୀର ରୋଗରେ ପୀଡିତ କରନ୍ତି , ଧନ ହାନି କରାଇ ଥାଆନ୍ତି, ପଦ ପ୍ରତିଷ୍ଠା ରେ ହାନି କରାନ୍ତି l ଶନି ରାଜକୁ ରଙ୍କ ଓ ରଙ୍କ କୁ ରାଜା ମଧ୍ୟ କରି ଦିଅନ୍ତି l
ଶନି ଦେବଙ୍କ କୋପରୁ ମୁକ୍ତି ପାଇବାର ଉପାୟ –
– ଶନିବାର ଦିନଟି ଶନି ଦେବଙ୍କୁ ସମର୍ପିତ, ଏହିଦିନ ଯେ କୌଣସି ଶନି ଙ୍କ ମନ୍ଦିର କୁ ଯାଇ ଦର୍ଶନ କରନ୍ତୁ ଏବଂ ସୋରିଷ ତେଲ ର ଦୀପ ଅର୍ପଣ କରନ୍ତୁ l
– ଶନି ଚାଳିଶା ପାଠ କରନ୍ତୁ l
– ଜରାଜୀର୍ଣ୍ଣ ରୋଗୀଙ୍କ ସେବା କରନ୍ତୁ l
– ଜୀବଜନ୍ତୁ ଙ୍କୁ ଦୟା କରନ୍ତୁ l
– ଏବଂ ନିୟମିତ ଶନି ବୀଜ ମନ୍ତ୍ର -ଓଂ ପ୍ରାଂ ପ୍ରିଙ୍ଗ ପ୍ରୋ ଶଃ ଶନିସ୍ଛରାୟ ନମଃ , ଏହାର ନିୟମିତ ପାଠ କରନ୍ତୁ l