କ୍ୟାନ୍ସର ଗୋଟିଏ ଏଭଳି ରୋଗ ଯାହାର ନାମ ମାତ୍ରରେ ହିଁ ଭୟ ଲାଗିଥାଏ, ଏହି ମାରାତ୍ମକ ବ୍ୟାଧି ର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନଙ୍କର ଚେଷ୍ଟା ଚାଲିଛି l କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଚିକିତ୍ସା ପାଇଁ ସଫଳତା ମିଳି ପାରିନାହିଁ l
କିନ୍ତୁ ବର୍ତମାନ ଏହାକୁ ନେଇ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନା କୁ ଆସିଛି l ଜଣେ ମହିଳା କ୍ୟାନ୍ସର ର ଷ୍ଟେଜ 3 ଅବସ୍ଥାରେ ଥାଇ ମଧ୍ୟ ନିଜ ଦ୍ୱାରା ନିର୍ମିତ ଭ୍ୟାକସିନ ରେ କ୍ୟାନ୍ସର କୁ ମଧ୍ୟ ହରାଇ ଦେଲେ l ଉକ୍ତ ମହିଳା ଙ୍କ ନାମ ହେଉଛି ବିଟା ହଲାସି l
୪୯ ବର୍ଷୀୟା ହଲାସି କହିଛନ୍ତି ମାଷ୍ଟେକ୍ଟୋମୀ ରେ ପ୍ରଭାବିତ ହେବା ପରେ ସେ ଦ୍ୱିତୀତ ଥର ଷ୍ଟେଜ 3 ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହୋଇଥିଲେ l ସେ ପୁନର୍ବାର କେମୋଥେରାପି ନେବାକୁ ପ୍ରସ୍ତୁତ ହୋଇପାରୁ ନଥିଲେ l ସେଥିପାଇଁ ସଂକ୍ରାମକ ରୋଗ ଅନୁସନ୍ଧାନ ରେ ଜଣେ ବିଶେଷଜ୍ଞ ଭାବରେ ବଡ଼ ନିଷ୍ପତି ନେଇଥିଲେ l ଏବଂ ସିଧା ସଳଖ ଭାବରେ ନିଜ ଟ୍ୟୁମର ରେ ଗୋଟିଏ ଭ୍ୟାକସିନ ଈଂଜେକ୍ଟ କଲେ, ଯାହା ତାଙ୍କୁ କାମ କରିଗଲା l
ତାହା କେଉଁ ଭ୍ୟାକସିନ ଥିଲା ଯାହାକୁ ମହିଳା ପ୍ରସ୍ତୁତ କରିଥିଲେ –
ମହିଳା ରିସର୍ଚର ଙ୍କ ମତରେ , ଭ୍ୟାକସିନ ର ଏହି ଡୋଜ କୁ ସେ ସାଧାରଣ କୋଲଡ ଫ୍ଲୁ ଭଳି ରୋଗ ଜନକ ଙ୍କ ସହିତ ମିଶି ଗୋଟିଏ ପାୱାର ଫୁଲ ସଟ ପ୍ରସ୍ତୁତ କରିଥିଲେ l ଯାହାକି ଟ୍ୟୁମର କୁ ଟାର୍ଗେଟ କରିଥିଲା ଏବଂ କ୍ୟାନ୍ସର କୋଷିକା ସହିତ ଲଢ଼ି ତାହାର ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥିଲା l ସେ କହିଛନ୍ତି ଯେ ଗତ ୪ ବର୍ଷ ରେ କ୍ୟାନ୍ସର ମୁକ୍ତ ଅଛନ୍ତି l