ଆଜି ହେଉଛି ଶନି ଅମାବାସ୍ୟା : ଏହି ଦିନ ସୂର୍ଯ୍ୟ ପୂଜା ଓ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଓ ଶନିଶ୍ଚର ଙ୍କ ପୂଜାର ର କଣ ରହିଛି ଧାର୍ମିକ ମହତ୍ୱ
ଆଜି ଶନିବାର ସହିତ ବୈଶାଖ ମାସର ଅମାବାସ୍ୟା ଅଟେ l ଶନିବାର ଦିନ ବୈଶାଖ ମାସ ଅମାବାସ୍ୟା ପଡୁଥିବା କାରଣରୁ ଏହାକୁ ଶନି ଅମାବାସ୍ୟା ମଧ୍ୟ କୁହାଯାଏ l ଶାସ୍ତ୍ର ଅନୁସାରେ ଏହିଦିନଟି ଗୋଟିଏ ମହତ୍ଵପୁର୍ଣ ଦିନ ଭାବରେ ହିନ୍ଦୁ ଧର୍ମରେ ଗଣନା କରାଯାଇ ଥାଏ l ଏହି ଅମାବାସ୍ୟା ଟି ଶନିବାର ଦିନ ପଡୁଥିବା କାରଣରୁ ଏହାକୁ ଶନିଶ୍ଚରୀ ଅମାବାସ୍ୟା ମଧ୍ୟ କୁହାଯାଏ l
ଚଳିତ ଥର ବୈଶାଖ ଅମାବାସ୍ୟା ସୂର୍ଯ୍ୟ ଗ୍ରହଣ ମଧ୍ୟ ଲାଗୁଚି କିନ୍ତୁ ଭାରତକୁ ଏହା ଦୃଶ୍ୟ ହେଉ ନଥିବାରୁ ଏହା ଗ୍ରହଣୀୟ ନୁହେଁ l ଏହିଦିନ ଶନି ଦେବଙ୍କ ବିଶେଷ ପୂଜାର ଯୋଗ ରହିଛି l ତା ସହିତ ସୂର୍ଯ୍ୟ ପୂଜନ ଓ ପିତୃ ପୁରୁଷଙ୍କୁ ପିଣ୍ଡ ଦାନର ମଧ୍ୟ ମହତ୍ୱ ରହିଛି l
* ସୂର୍ଯ୍ୟ ଦେବଙ୍କ ପୂଜା –
– ଶନି ଅମାବାସ୍ୟାରେ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ରୋଗ, ଭୟ, ଦୁଃଖ ରୁ ଦୁରେଇ ରହିବେ l କାରଣ ଅମାବାସ୍ୟା ରେ ସୂର୍ଯ୍ୟଦେବଙ୍କୁ ବିଶେଷ ପୂଜା କରାଯାଇ ଥାଏ l
– ମାନ୍ୟତା ରହିଛି ଯେ ଶନିଅମାବାସ୍ୟା ରେ ସୂର୍ଯ୍ୟ ଦେବଙ୍କୁ ଦୁଗ୍ଧରେ ଅର୍ଘ୍ୟ ଦେଲେ ସନ୍ତାନ ମାନଙ୍କର ଦୁଃଖ କଷ୍ଟ ଦୂର ହୋଇଥାଏ l ତା ସହିତ ସେମାନେ ଦୀର୍ଘାୟୁ ହୁଅନ୍ତି l
– ଶନି ଅମାବାସ୍ୟା ରେ ଧନପ୍ରାପ୍ତି ପାଇଁ ଦାନ କରିବାର ମହତ୍ୱ ମଧ୍ୟ ରହିଛି , ଏହିଦିନ ତମ୍ବାପାତ୍ର ଦାନ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ l
* ଶନି ଦେବଙ୍କୁ ଏହିପରି କରନ୍ତୁ ପୂଜା –
– ଶନିବାର ଦିନ ଅମାବାସ୍ୟା ପଡିଲେ ନିଜର ସକ୍ଷମ ଅନୁସାରେ ଜଳ ଦାନ କରିବାର ବ୍ୟବସ୍ତା କରନ୍ତୁ, ଏହାଦ୍ୱାରା ଆପଣଙ୍କ ରାଶିର ସମସ୍ତ ରିଷ୍ଟ ଖଣ୍ଡନ ହେବ l
– ଏହିଦିନ ସାନିଦେବ ଙ୍କୁ ହଳଦିଆ ପୁଷ୍ପ କିମ୍ବା ଅପରାଜିତା ଫୁଲ ଅର୍ପଣ କରିବା ଖୁବ ଶୁଭ ହୋଇଥାଏ l
– ଘରର ଛାତ ଉପରେ ଚଢେଇଙ୍କ ଜଳ ଓ ଖାଦ୍ୟାଦାନ କରିବା ସହିତ ଗାଈଙ୍କୁ ଘାସ ଅରୁଆ ଚାଉଳ ଏବଂ କଦଳୀ ଖାଇବାକୁ ଦିଅନ୍ତୁ , ଏହାଦ୍ୱାରା ଜୀବନ ସୁଖମୟ ହେବା ସହିତ କ୍ଳେଶ ଓ କଳହ ଠାରୁ ଦୂରେଇ ରହିବେ l
– ଶନି ଅମାବାସ୍ୟା ଦିନ ଶନି ଦେବଙ୍କ ମନ୍ଦିରରେ ରାଶି ତେଲ ଅର୍ପଣ କରିବା ଉଚିତ l ଏହାଦ୍ୱାରା ଦୁଃଖ କଷ୍ଟରୁ ଦୁରେଇ ରହିବେ, କାର୍ଯ୍ୟ କ୍ଷେତ୍ରରେ ଓ ବ୍ୟବସାୟ ରେ ଉନ୍ନତି ହେବ, ରୋଗ ଠାରୁ ଦୁରେଇ ରହିବେ l
* ପିତୃ ପୂଜନ ପାଇଁ –
– ବୈଶାଖ ମାସର ଅମାବାସ୍ୟା ଦିନ ପିତୃ ପୁରୁଷଙ୍କ ଆତ୍ମା କୁ ଶାନ୍ତି ଦେବାପାଇଁ ମହାଦେବ ମନ୍ଦିରରେ ଶିବଲିଙ୍ଗ ରେ ଜଳ ଅର୍ପଣ କରନ୍ତୁ l ଏହାପରେ ନିଜ ଗୃହର ଉଭୟ ପାର୍ଶ୍ୱରେ ଦୁଇଟି ମାଟି କଳସ ସ୍ଥାପନା କରନ୍ତୁ l ଏହାଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l
– ପିତୃ ପୁରୁଷଙ୍କ ଆତ୍ମା ର ଶାନ୍ତି ପାଇଁ ବ୍ରାହ୍ମଣ ଭୋଜନ ସମୟରେ ଗୁଡ଼ ଓ ଘୃତ ଅର୍ପଣ କରନ୍ତୁ , ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେବ l
– ଘରର ଐଶାନ୍ୟ କୋଣରେ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଘିଅ ଦୀପ ଜାଳି କଳସ ଟିଏ ସ୍ଥାପନା କରନ୍ତୁ, ଏହାପରେ ସେଠାରେ କିଛିଟା ମିଠା ଜିନିଷ ଅର୍ପଣ କରନ୍ତୁ l ପରେ ଏହାକୁ ନେଇ ବାହାରେ କୁକୁର କିମ୍ବା କାଉ କୁ ଦିଅନ୍ତୁ l ଏପରି କଲେ ପିତୃ ଦୋଷରୁ ମୁକ୍ତି ପାଇବେ l
