କୁହାଯାଏ ଯେ ପଇସା ପାଖରେ ଥିଲେ ବ୍ୟକ୍ତି ନିଜର ସମସ୍ତ ଆବଶ୍ୟକୀୟ ଜିନିଷ କିଣି ପରେ । ପଇସା ପାଖରେ ଥିଲେ ମଣିଷ ର ଆତ୍ମବିଶ୍ବାସ ବଢ଼ିଥାଏ । କିନ୍ତୁ ଧନ ରୋଜଗାର ପାଇଁ ଏହି ୩ଟି ଜିନିଷ କୁ କଦାପି ଅଣଦେଖା କରନ୍ତୁ ନାହିଁ। କାରଣ ଧନ ଥରେ ହାତରୁ ଚାଲିଗଲେ ରୋଜଗାର କରି ଆଣିହେବ କିନ୍ତୁ ଏହି ୩ଟି ଜିନିଷ ଥରେ ଚାଲିଗଲେ ଆଉ ଫେରିବ ନାହିଁ ।
* ପ୍ରେମ –
ଚାଣକ୍ୟ ନୀତି ଅନୁସାରେ ଦୁନିଆରେ ଗୋଟିଏ ସଠିକ୍ ବ୍ୟକ୍ତି ସହିତ ସମ୍ପର୍କ ବାନ୍ଧି ହେବା ଅନେକ ସୌଭାଗ୍ୟ ର କଥା ଅଟେ । ଯଦି କେହି ଆପଣଙ୍କୁ ଅନାବିଳ ସ୍ନେହ କରୁଛି ଓ ଆପଣଙ୍କ ଦୁଃଖ ରେ ଦୁଃଖୀ ଓ ସୁଖ ରେ ଶୁଖି ରହିଛି , ତେବେ ଏଭଳି ଲୋକ ଖୁବ୍ ମୂଲ୍ୟବାନ ଅଟନ୍ତି । ଏଭଳି ଲୋକ ଜୀବନ ରେ ଖୁବ୍ କମ୍ ମିଳି ଥାଆନ୍ତି ।
* ଧର୍ମ –
ଧର୍ମ ଦ୍ଵାରା ମଣିଷ ଠିକ୍ ଭୁଲ୍ କୁ ଜାଣି ପଡ଼ିଥାଏ । ତେଣୁ ଧର୍ମର ଉର୍ଦ୍ଧ୍ବ ରେ କଦାପି ପଇସା ହୋଇ ପାରିବ ନାହିଁ । ଯେଉଁ ବ୍ୟକ୍ତି ପଇସା ପାଇଁ ଧର୍ମ କୁ ବଳି ପକାଇ ଦେଇଥାଏ ଏଭଳି ବ୍ୟକ୍ତିର ସମାଜ ରେ କୌଣସି ସ୍ଥାନ ନାହିଁ । ଧର୍ମ କୁ ତ୍ୟାଗ କରିଥିବା ବ୍ୟକ୍ତି ଖରାପ୍ ରାସ୍ତାକୁ ଖୁବ୍ ଶୀଘ୍ର ଗ୍ରହଣ କରି ନେଇଥାଏ ।
* ସ୍ଵାଭିମାନ –
ସ୍ଵାଭିମାନ ବ୍ୟକ୍ତିର ସବୁଠୁ ବଡ଼ ଅଳଙ୍କାର । ସ୍ଵାଭିମାନ ଠାରୁ ଉର୍ଦ୍ଧ୍ବ ରେ ଆଉ କିଛି ବି ନାହିଁ । ଯଦି ମଣିଷ ନିଜର ସ୍ଵାଭିମାନ ପାଇଁ ପଇସା କୁ ଆଡେଇ ଦେଇପାରେ ତ ସେହି ବ୍ୟକ୍ତି କେବଳ ଉର୍ଦ୍ଧ୍ବ ରେ ରହି ପାରିବ । ମଣିଷ ନିଜ ପରିଶ୍ରମ ଦ୍ବାରା ପଇସା ଆଉ ଥରେ ରୋଜଗାର କରି ପାରିବ । କିନ୍ତୁ ଆତ୍ମ ବିଶ୍ୱାସ ନୁହେଁ ।
