Odisha news

ଚଳିତ ନିର୍ବାଚନରେ ସନତାନଙ୍କ ପତିଆରା ବୃଦ୍ଧି : ସବୁକ୍ଷେତ୍ରରେ ସନାତନଙ୍କ ନିର୍ଣ୍ଣାୟକ ନିଷ୍ପତ୍ତି

0
ଯୋଡା,୨୦/୧ ବେଶ କିଛିଦିନର ନୀରବତା ପରେ ଓଡିଶା ତଥା କେନ୍ଦୁଝର ଜିଲ୍ଲାର ଘରେ ଘରେ ପରିଚିତ ଥିବା ଚମ୍ପୁଆର ପୂର୍ବତନ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଶାସକ ବିଜୁ ଜନତା ଦଳ ବ୍ରାଣ୍ଡ ତାଙ୍କ ଦେହରେ ନ ଲାଗି ମଧ୍ୟ ସମଗ୍ର କେନ୍ଦୁଝର ଜିଲ୍ଲା ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ସବୁ ଅନ୍ତରୀଣ ବ୍ୟାପାରରେ ସନାତନଙ୍କ ପତିଆରାକୁ ଦେଖି ଯେକେହି ହତବାକ୍ ହୋଇ ଯାଉଛି । ଚଳିତବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଚୟନ,ସାଙ୍ଗଠନିକ ଅଭିବୃଦ୍ଧି,ଅସଜଡା ଚମ୍ପୁଆ ବିଜେଡିକୁ ସଜାଡି ଟିକେଟ ବଣ୍ଟନ ପର୍ଯ୍ୟନ୍ତ ସନାତନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ସନାତନ ଅନୁଗତଙ୍କ ମାନଙ୍କ ମଧ୍ୟରେ ଟିକେଟ ପାଇବା ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀ ତଥା ଯୋଡା ବ୍ଲକ ଅନ୍ତର୍ଗତରେ ଆସୁଥିବା ୨୬.୨୭.୨୮ ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା ସନାତନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । କାହାକୁ ପ୍ରାର୍ଥୀ କଲେ କାହା ମୁଣ୍ଡରେ ବ୍ରାଣ୍ଡ ସନାର ଟ୍ୟାଗ ଲଗାଇଲେ ସହଜରେ ନିର୍ବାଚନୀ ବୈତରଣୀ ପାର ହୋଇଯିବ ତାକୁ ନେଇ ସନାତନଙ୍କ ଅଙ୍କକଷା ଜୋରଦାର । ଶାସକ ବିଜୁ ଜନତା ଦଳ ଓଡିଶାରେ ରାଜୁତି କରିବା ପରଠାରୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲି ପାରିନଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଏକଦା ସନାତନଙ୍କ ଏକାନ୍ତ ଅନୁଗତ ଥିବା ଭକ୍ତବନ୍ଧୁ ମହାନ୍ତଙ୍କ ଧର୍ମପତ୍ନୀ ମିନାକ୍ଷୀ ମହାନ୍ତଙ୍କୁ ସନା ଲହରୀରେ ବିଜୟ କରାଇ ବିଜୁ ଜନତା ଦଳକୁ ପ୍ରଥମ ବିଜୟ ସ୍ୱାଦ ଦେଇଥିଲେ ।  ଏବେର ନିର୍ବାଚନରେ ସନାତନଙ୍କୁ ଗୁରୁତ୍ୱପୂର୍ଣ୍ଣ  ଦାୟିତ୍ୱ ମିଳିବା ପରେ ସନା ବିରୋଧୀ ମଧ୍ୟରେ ଛନକା ପଶିଯାଇଛି । ତେବେ ବ୍ରାଣ୍ଡ ନବୀନ ନା ସନାତନଙ୍କ ପତିଆରା କେନ୍ଦୁଝର ଜିଲ୍ଲାରେ ଏବେବି କାଏମ ରହିଛି ତାହା ନିର୍ବାଚନ ପରର ଫଳାଫଳ ନିଶ୍ଚିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
Leave A Reply