ସନାତନ ଧର୍ମ ରେ ପ୍ରାଚୀନ କାଳରୁ ବ୍ରହ୍ମ ମୁହୂର୍ତ୍ତର ଅନେକ ମହତ୍ୱ ରହିଛି, ଶାସ୍ତ୍ର ଅନୁସାରେ ବ୍ରହ୍ମ ମୁହୂର୍ତ୍ତ କୁ ପରମାତ୍ମା ଙ୍କ ସମୟ ବୋଲି କୁହାଯାଇଥାଏ l ଏହି ସମୟରେ ଦେବତା ମାନଙ୍କ ର ଆତଯାତ ର ସମୟ ବୋଲି କୁହାଯାଏ l ବ୍ରହ୍ମ ମୁହୂର୍ତ୍ତ ସକାଳ ୪ଟା ରୁ ୫ଟା ୩୦ ର ସମୟ ଭାବରେ ଗ୍ରହଣ କରାଯାଇ ଥାଏ l ଏହି ସମୟ ରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ସଦୈବ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ l
ମାନ୍ୟତା ରହିଛି ଯେ ଏହି ସମୟ ରେ ପୃଥିବୀ ରେ ଓ ଜୀବଜଗତ ରେ ସକାରାତ୍ମକ ଉର୍ଜା ର ସଂଚାର ହୋଇଥାଏ, ଏବଂ ଏହି ସମୟ ରେ ଦେବଦେବୀ ପୃଥିବୀ ପୃଷ୍ଠ କୁ ଆସି ଥାଆନ୍ତି l ଶାସ୍ତ୍ର ଅନୁସାରେ ଏହି ଅବଧି ରେ ପୂଜାପାଠ କରିବା ଦ୍ୱାରା ବ୍ୟକ୍ତି ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ, ଜୀବନ ରେ ନକାରାତ୍ମକ ଉର୍ଜା ର ସମାପ୍ତି ହୋଇଥାଏ l
ମାନ୍ୟତା ଅନୁସାରେ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ଗୋଟିଏ କାର୍ଯ୍ୟ କରିବା ଦ୍ୱାରା ଜୀବନ ରେ କଦାପି ଧନ ର ଅଭାବ ରହିବ ନାହିଁ, ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜ ହାତ ପାପୁଲି କୁ ଦର୍ଶନ କରିବା ଜରୁରୀ, କୁହାଯାଏ ଯେ ହାତରେ ଦେବଦେବୀ ଙ୍କ ବାସ ହୋଇଥାଏ, ଏବଂ ଏଭଳି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ଏବଂ ହାତ ପାପୁଲି ଦେଖି ଏହି ମନ୍ତ୍ର ପାଠ କରନ୍ତି, ‘ କରାଗ୍ରେ ବଶତଃ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ସ୍ଥିତ ବ୍ରହ୍ମା ପ୍ରଭାତେ କର ଦର୍ଶନମ ‘ ଏହି ମନ୍ତ୍ର ଟି ପାଠ କରନ୍ତୁ l
ମାନ୍ୟତା ରହିଛି ଯେ କଳିଯୁଗ ରେ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତ ରୁ ଉଠି ସ୍ନାନ କରି ସୂର୍ଯ୍ୟ ଦର୍ଶନ କରିବା ଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l ଏବଂ ଜୀବନ ରେ କୌଣସି କାର୍ଯ୍ୟ ରେ ଅସୁବିଧା ହୋଇନଥାଏ l ଏବଂ ବିଦ୍ୟା, ବୁଦ୍ଧି ଓ ଧନ ଲାଭ ହୋଇଥାଏ l