Odisha news

ଏସିଆର ମହାଦେଶର ଏହି ଦେଶକୁ ମିଳିଲା ସମଲିଙ୍ଗୀ ମାନଙ୍କୁ ସ୍ୱାଧୀନତା : ବର୍ତ୍ତମାନ ଆଇନଗତ ଉପାୟରେ ସହଜରେ ବିବାହ କରିପାରିବେ

ନୂଆଦିଲ୍ଲୀ : ସମଲିଙ୍ଗୀ ସମ୍ପର୍କର ଅଧିକାରକୁ ନେଇ ଜାପାନର ଏକ କୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ବର୍ତ୍ତମାନ ସେଠାରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିଲେ ସେମାନେ  ଆଇନଗତ ଉପାୟରେ ସହଜରେ ବିବାହ କରିପାରିବେ l ଜାପାନର ଏହି କୋର୍ଟ  କହିଛନ୍ତି ଯେ ସମଲିଙ୍ଗୀ ଦମ୍ପତିଙ୍କୁ ବିବାହ କରିବାକୁ ଅନୁମତି ନ ଦେବା ଅସମ୍ବିଧାନିକ ଅଟେ l

ଜାପାନର ଏକ ଜିଲ୍ଲା ଅଦାଲତ ନିଷ୍ପତି ଶୁଣାଇଛନ୍ତି ଯେ ସମଲିଙ୍ଗୀ ମାନଙ୍କର ବିବାହ ଆଇନଗତ ଅଟେ ଏପରି ଏକ ଦେଶରେ ଗୋଟିଏ ମହତ୍ୱ ପୁର୍ଣ ବିଜୟ , ଯେଉଁଠାରେ ବର୍ତମାନ ମଧ୍ୟ ସମ୍ବିଧାନ ” ଉଭୟ ବ୍ୟକ୍ତିଙ୍କର ନିଜସ୍ୱ ସହମତି ” ଆଧାରରେ ବିଭାହ କରାଯାଇଥାଏ l ଅଦାଲତଙ୍କର ଏହି ନିଷ୍ପତି ପରେ ସମର୍ଥକ ମାନେ ଅଦାଲତ ସାମ୍ନାରେ ସତରଙ୍ଗର ଇନ୍ଦ୍ରଧନୁ ପତାକା ଉଡ଼ାଇଥିଲେ l

ସମଗ୍ର ଜାପାନ ପାଇଁ ସମଗ୍ର ଜାପାନ ପାଇଁ ଆକ୍ଟିଭିଷ୍ଟ ଗ୍ରୁପ୍ ବିବାହର ନିର୍ଦେଶକ ଓ ପ୍ରାଇଡ ହାଉସ ଟୋକିଅର ପ୍ରତିନିଧି ୪୪ ବର୍ଷୀୟ ଗୋନ୍ ମାଟସୁନାକା କହିଛନ୍ତି ” ଏହି ନିଷ୍ପତିର ମୂଲ୍ୟ ଅନ୍ତହୀନ ଅଟେ l ଯେତେବେଳ ପର୍ଯ୍ୟନ୍ତ ଏହା ଘୋଷଣା କରାଯାଇନଥିଲା ସେତେବେଳ ପର୍ଯ୍ୟନ୍ତ ଆମେ ଜାଣି ନଥିଲୁଯେଏହା ସେହି ସ୍ୱାଧୀନତା ଆମକୁ ମିଳିବ ଓ ଆମେ ଖୁସିହେବୁ ” l

ଏସୀୟ ମାନଦଣ୍ଡ ଅନୁଯାୟୀ ଜାପାନର ଆଇନ ଅପେକ୍ଷାକୃତ ଉଦାର ବୋଲି ବିବେଚନା କରାଯାଏ l ୨୦୧୯ ରେ ସମାନ ଲିଙ୍ଗକୁ ବିବାହ ସ୍ୱାଧୀନତା ଦେବାରେ ତାଇୱାନ ଏସିଆର ପ୍ରଥମ ଦେଶ ଥିଲା l

ଜାପାନରେ ପ୍ରଚଳିତ ନିୟମ ଅନୁଯାୟୀ, ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଭାବରେ ବିବାହ କରିବାକୁ ଅନୁମତି ଦିଆଯାଇ ନାହିଁ l  ସେ ନିଜର ସାଥୀଙ୍କ ସମ୍ପତି ଉପରେ ଅଧିକାର ରଖିପାରିବେ ନାହିଁ l

Comments are closed.