ଶାମ୍ବ ଦଶମୀ ଓଡ଼ିଶାର ଗୋଟିଏ ପାରମ୍ପରିକ ପର୍ବ ଅଟେ l ଏହା ପୌଷ ମାସରେ ଅନୁଷ୍ଠିତ ହୋଇଥାଏ , ଏହିଦିନ ସୂର୍ଯ୍ୟଦେବ ଙ୍କୁ ବିଶେଷ ବିଧିବିଧାନ ଭାବରେ ପୂଜାର୍ଚନା କରାଯାଇ ଥାଏ l ଚଳିତ ଥର ଶାମ୍ବ ଦଶମୀ ଜାନୁଆରୀ ୧ତାରିଖ ଦିନ ପୌଷ ମାସର ଶେଷ ରବିବାର ରେ ଅନୁଷ୍ଠିତ ହେଉଛି l ଏହିଦିନ ସୂର୍ଯ୍ୟ ଙ୍କ ନିକଟରେ ମା ମାନେ ନିଜ ସନ୍ତାନର ଦୀର୍ଘ ଜୀବନ କାମନା ଓ ନିରୋଗୀ ରହିବାର କାମନା କରି ପୂଜା କରି ଥାଆନ୍ତି l ଶାମ୍ବ ଦଶମୀର କିମ୍ବଦନ୍ତୀ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କ ସହିତ ଜଡିତ l
କିମ୍ବଦନ୍ତୀ ଅନୁସାରେ ଶାମ୍ବ ଏକଦା କୁଷ୍ଠରୋଗ ଭଳି ଦୁରାରୋଗ ରେ ପୀଡିତ ଥିଲେ ଓ ତାଙ୍କ ମା ସୂର୍ଯ୍ୟଙ୍କୁ ୧୨ ବର୍ଷ କାଳ ପ୍ରାର୍ଥନା କରିବା ଦ୍ୱାରା ସାମ୍ବ ରୋଗରୁ ମୁକ୍ତି ପାଇଥିଲେ l କିଛି ଲୋକକଥା ଅନୁସାରେ ଶାମ୍ବ ନିଜ ରୋଗରୁ ମୁକ୍ତି ପାଇବା ଓଡ଼ିଶାର କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିରରେ ତପସ୍ୟା କରିଥିଲେ l ତେଣୁ ଓଡିଶା ରେ ଏହାକୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l
ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାର ରେ ମା ମାନେ ନିଜ ସନ୍ତାନ ମାନଙ୍କ ଦୀର୍ଘ ଜୀବନ କାମନା ଓ ନିରୋଗୀ ରହିବାର କାମନା କରି ପୂଜାର୍ଚନା କରି ଥାଆନ୍ତି l ପୌଷ ମାସ ଶୁକ୍ଲପକ୍ଷ ଦଶମୀ ତିଥିଟି ଗୋଟିଏ ଗୁରୁତ୍ୱପୂର୍ଣ ଦିନ ଅଟେ l ତେଣୁ ଏହିଦିନ ବିଶେଷ ବିଧିବିଧାନ ଭାବରେ ସୂର୍ଯ୍ୟପୂଜା କରାଯିବାର ମହତ୍ୱ ରହିଛି l ଏହିଦିନ ବିଶେଷ ବ୍ୟଞ୍ଜନ ମନ ପ୍ରସ୍ତୁତ କରାଯାଇ ଥାଏ ଯାହାକୁ ସନ୍ତାନ ମାନଙ୍କ ଶୁଭ ମନାସି ସୂର୍ଯ୍ୟ ଙ୍କ ନିକଟରେ ଅର୍ପଣ କରାଯାଏ l
* ଆଜିର ଦିନରେ ଆପଣ ଯଦି ସୂର୍ଯ୍ୟ ଦେବ ଙ୍କୁ ହଳଦୀ ପାଣି ରେ ସ୍ନାନ କରାଇବେ ତେବେ ଚର୍ମ ରୋଗ ଦୂର ହେବ ଓ ସନ୍ତାନ ମାନେ ଦୀର୍ଘ ଜୀବୀ ହେବେ ।
* ଶାମ୍ବ ଦଶମୀ ଦିନ ନିଜ ଘରର ଚଉଁରା ମୂଳରେ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟ ରେ ଗୋଟିଏ ଘିଅ ଦୀପ ପ୍ରଜ୍ବଳିତ କରିଲେ , ଜୀବନ ରେ ଧନ ର ଅଭାବ ରହିବ ନାହିଁ ।
* ଶାସ୍ତ୍ର ଅନୁସାରେ ପୌଷ ମାସର ଦଶମୀ ଶୁକ୍ଳପକ୍ଷ ରେ ସୂର୍ଯ୍ୟ ଙ୍କୁ ଦୁଗ୍ଧ ସ୍ନାନ କରାଇବା ଦ୍ୱାରା ରୋଗ ବୈରାଗ ଠାରୁ ମୁକ୍ତି ମିଳିଥାଏ ଓ ଦୁଃଖ କଷ୍ଟ ଦୂର ହୋଇଥାଏ ।
* ଶାମ୍ବ ଦଶମୀ ଦିନ ନିଜ ଘରର ମୁଖ୍ୟ ଦ୍ଵାରା ରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ । ଏହାଛଡା ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ର ର ତ୍ୱରଣ ଟିଏ ମଧ୍ୟ ଟଙ୍ଗିବା ଜରୁରୀ ।