Odisha news

ସଲମାନ୍ ଙ୍କ ୫ ହଜାର ଗରିବ ମୁସଲମାନ୍ ଙ୍କୁ ଇଦ୍ ଉପହାର

0

ନୂଆଦିଲ୍ଲୀ -ବଲିଉଡର ଦବଙ୍ଗ ଖାଁ କରୋନା ମହାମାରୀ ସମୟରେ ନିୟମିତ ଭାବରେ ଲୋକ ମାନଙ୍କୁ କିଛିନା କିଛି ସାହାଯ୍ୟ କରୁଛନ୍ତି l ଏହି ଇଦ୍ ସମୟରେ ମଧ୍ୟ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଭୁଲି ନାହାଁନ୍ତି l ସାଲମନ ଇଦ୍ ପର୍ବ ଅବସରରେ ପାଖାପାଖି ପାଞ୍ଚ ହଜାର ଗରିବ ମୁସଲମାନ ପରିବାରକୁ ଖାଦ୍ୟ ପଦାର୍ଥରେ ପୁର୍ଣ ହୋଇଥିବା ଗୋଟିଏ ଗୋଟିଏ ବ୍ୟାଗ ବାଣ୍ଟିଛନ୍ତି l ଏହିପରି ଭାବରେ ସାଲମନ ଖାଁ ତାଙ୍କର ପ୍ରଶଂସକ ମାନଙ୍କର ୨0୨0 ମସିହାର ଇଦ୍ ପର୍ବକୁ ଖାସ କରି ଦେଇଛନ୍ତି l ଏହି କଥାକୁ ମହାରାଷ୍ଟ୍ରର ଜଣେ ନେତା ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି l ସେହି ନେତା ଜଣଙ୍କ ହେଲେ ରାହୁଲ୍ ଏନ କାନନ , ରାହୁଲ୍ ସାଲମନ ଙ୍କର ଜଣେ ବଡ ପ୍ରଶଂସକ l ସେ ସାଲମନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷପ ଯୋଗୁ ତାଙ୍କୁ ଟ୍ୱିଟର ମାଧ୍ୟମରେ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ “ସାଲମନ ଭାଇ ଆପଣଙ୍କୁ ଧନ୍ୟବାଦ ,ଇଦ୍ ପର୍ବରେ ଏହି ଯେଉଁ ପାଞ୍ଚ ହଜାର ଗରିବ ପରିବାରଙ୍କ ଓଠରେ ହସ ଆଣି ପାରିଛନ୍ତି ସେଥିପାଇଁ ଆପଣାଙ୍କୁ ଅନେକ ଅନେକ ଧନ୍ୟବାଦ l ଆପଣଙ୍କ ପରି ଲୋକମାନେ ସମାଜରେ ଏହି ପରି ଭାବରେ ସନ୍ତୁଳନ ରଖନ୍ତି “l

ସେହି ଖାଦ୍ୟ ପଦାର୍ଥ ବ୍ୟାଗ ଭିତରେ କ୍ଷୀର ,ବ୍ରେଡ ,ଅଟା ,ଡାଲି ସହିତ ଅନ୍ୟାନ ଅତିଆବଶ୍ୟକ ସାମଗ୍ରୀ ଦିଆ ଯାଇଛି l ଆଜିକାଲି ଲକଡାଉନ ସମୟରେ ସାଲମନ ଖାଁ ତାଙ୍କର ଫlର୍ମ ହାଉସରେ ତାଙ୍କର ସମୟ ଅତିବାହିତ କରୁଛନ୍ତି l କିନ୍ତୁ ସେ ସର୍ବଦା ଦେଶପାଇଁ ଓ ଦେଶବାସୀଙ୍କ ପାଇଁ ସଜାଗ ରହିଥାନ୍ତି l

Leave A Reply

Your email address will not be published.