Odisha news

ଓଡ଼ିଶାର ମଡେଲକୁ କାହିଁକି ପ୍ରଶଂସା କରାଯାଉଛି କରୋନା ମୁକାବିଲା ନେଇ

0

ଭୁବନେଶ୍ୱର: କରୋନା ମୁ୍‌କାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଗତ ୨ ମାସ ହେବ ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ପଂଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କରୋନା ଜନିତ ସଂକ୍ରମିତ ବ୍ୟକ୍ତିଙ୍କ ହାର ଓ ମୃତ୍ୟୁ ହାର କମ।କେବଳ ସେତିକି ନୁ‌ହେଁ, ରାଜ୍ୟରେ ନମୁନା ପରୀକ୍ଷାର ହାର ମଧ୍ୟ ଦେଶଠାରୁ ଅଧିକ ରହିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଏ ପର୍ଯ୍ୟନ୍ତ ୩୫ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ପ୍ରତି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଅଥବା କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯାଇଛି । ଓଡ଼ିଶା ସଫଳତାର ସହିତ କରୋନା ମୁକାବିଲା କରିପାରିଥିବାରୁ ବାହାରେ ପ୍ରଶଂସା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଓଡ଼ିଶାକୁ ପ୍ରଶଂସା କରାଯାଉଛି କାହିଁକି

ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ।
-ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।
-ରାଜ୍ୟର ୬୭୯୮ଟି ପଂଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର କରିଛନ୍ତି ।
-ସେହିଭଳି ରାଜ୍ୟରେ ୧୫ ହଜାରରୁ ଅଧିକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି ।
-ରାଜ୍ୟ ସରକାର ବୟସ୍କ, ଶିଶୁ, ଗର୍ଭବତୀ ଓ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ବ୍ୟବସ୍ଥା କରିଛନ୍ତି ।
-ବୟସ୍କ ଲୋକଙ୍କର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।
-କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ ।
-ଓଡ଼ିଶାରେ ଆରସି ପିସିଆର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
-ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୧ ହଜାର ୫୯୫ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି ।
-ପଂଚାୟତ ସ୍ତରରେ ଜୋନ୍ ଚିହ୍ନଟ କରାଯାଇଛି ।
-ପଂଚାୟତସ୍ତରୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
-ରାଜ୍ୟରେ ଏକ ଲକ୍ଷରର ଅଧିକ ଲୋକ କ୍ୱାରେଣ୍ଟାଇନ ଅବଧି ଶେଷ କରି ଘରକୁ ଯାଇଛନ୍ତି ।
-ଗତ ୨୦ ତାରିଖରେ ବାତ୍ୟା ସତ୍ତ୍ୱେ ଓଡ଼ିଶା କରୋନା ଭାଇରସକୁ ସଫଳ ମୁକାବିଲା କରିଛି ।
-କରୋନ ସମୟରେ ଆର୍ଥିକ ଗତିବିଧି ପୁଣି ଥରେ ଚାଲୁ ରଖିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ।

Leave A Reply