ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ୮୪ ଜଣ ସୁସ୍ଥ ହେଲେ। ସେଥିରୁ ଗଞ୍ଜାମରୁ ୨୪, ଯାଜପୁରରୁ ୧୮, ବାଲେଶ୍ୱରରୁ ୧୧, କଟକରୁ ୭, ଭଦ୍ରକରୁ ୬, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ; ନୟାଗଡ଼, ମୟୂରଭଞ୍ଜ ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଅଛନ୍ତି।
ଆଜି ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା। ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି।
ରାଜ୍ୟରେ ସମୁଦାୟ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।