ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ। ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି।
ତେବେ କରୋନାଜନିତ ଲକଡାଉନ ଯୋଗୁ ପରୀକ୍ଷା ଓ ପାଠପଢାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଶ୍ରେଣୀରେ ସେମିଷ୍ଟର ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚଳିତବର୍ଷ ଯୁକ୍ତ ତିନିର ପ୍ରଥମବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।
ଏହା ସହିତ ଉଭୟ ଯୁକ୍ତ ତିନି ଓ ପିଜି ଶ୍ରେଣୀର ପାଠ୍ୟକ୍ରମକୁ ପ୍ରଥମଥର ପାଇଁ ୨୫% ସେଲଫ୍ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରିବାକୁ ନିଷ୍ପତ୍ତି ନିଆଯାଇଛି।
