ବୋରିଗୁମ୍ମା (K.sakil Dora)– ସ୍ୱାଧୀନତା ର ଦୀର୍ଘ ୭୩ ବର୍ଷ ବିତିଲାଣି କିନ୍ତୁ ଗରୀବ ପରିବାର କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଖଣ୍ଡେ ନାହିଁ। ସରକାର ପରେ ସରକାର ବଦଳୁଛନ୍ତି। ଗରୀବ ଗୁରୁବା ମାନଙ୍କର ଯେଉଁ ଅବସ୍ଥା କୁ ସେହି ଅବସ୍ଥା। ବୁଝିବାକୁ କେହି ନାହିଁ।ଖଣ୍ଡିଏ ଆବାସ ଓ ପେନସନ ପାଇଁ ଅଧିକାରୀ ଙ୍କ ପାଖକୁ ଦୌଡ଼ି ଦୌଡ଼ି ଦିନ ସରିଲା, ବୟସ ସରିଲା ହେଲେ ବୁଡାବୁଡି ମନେ ପେନସନ ପାଇଲେ।
ଏହି ଭଳି ଦେଖାଦେଇଛି ଆଦିବାସୀ ଅଧ୍ୟୁଷିତ ବୋରିଗୁମ୍ମା ବ୍ଲକ ର ବୋଡିଗାଁ ପଂଚାୟତରେ।ଯେଉଁଠି ପ୍ରକୃତ ଗରିବ ମାନଙ୍କୁ ଘର ମିଳି ନାହିଁ। ସ୍ଥାନୀୟ ଅଞ୍ଚଳର ସମାଜସେବୀ ହରି ରାଓ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ବୋଡିଗାଁ ପଂଚାୟତ ଅଧିନ ମଣ୍ଡିଆବନ୍ଦ, କୁମୁଡ଼ାଗୁଡା, ହାତୀ ପଖାନା, ଫଟା ମୁଣ୍ଡାଗୁଡା, ବାଲିଗୁଡା, ଗୁରୁମାଇ ଗୁଡା, କଲୋନୀ ଗୁଡା, ନାୟକ ଗୁଡା ଓ ସିନଗୁଡା ଗ୍ରାମର ମହିଳା ଓ ପୁରୁଷ ମାନେ ବୋରିଗୁମ୍ମା ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଥିଲେ ଯେ ଦୀର୍ଘ ବର୍ଷ ବର୍ଷ ଧରି ସେମାନେ ଭଙ୍ଗାରୁଜା ଚାଳ ଛପର ଘରେ ରହି ଆସୁଛନ୍ତି। ଉକ୍ତ ଗ୍ରାମ ଗୁଡିକର ସମସ୍ତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ।ଏଣୁ ପ୍ରଶାସନ ତୁରନ୍ତ ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରନ୍ତୁ। ଦାବିପତ୍ର ପ୍ରଦାନ ସମୟରେ ସମାଜସେବୀ ହରି ରାଓ ଙ୍କ ସମେତ ଯୁଧିଷ୍ଠିର କଂସାରି,ଡମୁ ନାୟକ, ଗୋମତି ଗୌଡ଼, ବଳରାମ ନାୟକ,ଭଗବାନ ସାଆନ୍ତା, ତ୍ରିନାଥ ଗୌଡ଼ , ଭଗବାନ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।