ସାଲେପୁର : ସାଲେପୁର ବ୍ଲକ୍ରେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ୭ଜଣ ପଜିଟିଭ୍ଙ୍କ ମଧ୍ୟରୁ ଆଜିସୁଦ୍ଧା ୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ପ୍ରକାଶ ଯେ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓଡ଼ିଆ ସାଲେପୁରର ବିଭିନ୍ନ ସ୍ଥାନରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
ସେମାନଙ୍କ ନମୁନା ପରୀକ୍ଷା ପରେ ୭ଜଣଙ୍କର ପଜିଟିଭ୍ ବାହାରିଥିଲା । ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବାବେଳେ ଆଜିସୁଦ୍ଧା ସେମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ୭ଜଣ ପଜିଟିଭ୍ ଅହମ୍ମଦାବାଦ ଫେରନ୍ତା ବୋଲି ଜଣାଯାଇଛି ।