Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

0

ସାଲେପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିୟର ବୋତଲ ଓ ଭୁଜାଲିରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଜୟନ୍ତ କୁମାର ସ୍ୱାଇଁ ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ମି. ସମୟରେ ନିଜର ମୋଟର ସାଇକେଲ୍ ମରାମତି କରିବାପାଇଁ ପାଟପୁର ଗ୍ରାମ ନିକଟରେ ଥିବା ଏକ ଗ୍ୟାରେଜ୍କୁ ଯାଇଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ଦିପୁ ମହାନ୍ତି ଓ ଅଜିତ୍ କୁମାର ରାଉତ୍ରାୟ ଏକ ମୋଟର ସାଇକେଲ୍ରେ ଆସି ତାଙ୍କ ନିକଟରେ ପହଞ୍ଚô, ତୋ ବାପା ଆମ ନାମରେ ଦେଇଥିବା ଏତଲାକୁ ସନ୍ଧ୍ୟା ସୁଦ୍ଧା ଉଠାଇବାପାଇଁ ଧମକଚମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବିୟର ବୋତଲରେ ଜୟନ୍ତର ମୁଣ୍ଡକୁ ଶକ୍ତ ପ୍ରହାର ଦେବା ସହ ଭୂଜାଲିରେ ଆକ୍ରମଣ କରିଥିଲେ ।

ପାଟି ଶୁଣି ଜୟନ୍ତର ବାପା ଦିବାକର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚô ପୁଅକୁ ମାରୁଥିବା ଆସାମୀମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଜୟନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ଏହି ଘଟଣାରେ ଅଦ୍ୟାବଧି କାହାରିକୁ ଗିରଫ କରାଯାଇନଥିବା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଗୁରୁତର ଆହତ ଜୟନ୍ତ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

Leave A Reply

Your email address will not be published.