ସାଲେପୁର : କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୧୧ଟି ଜିଲ୍ଲାକୁ ସପ୍ତାହକୁ ଦୁଇଦିନ ସଟଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଆଜି ସାଲେପୁରରେ ଦେଖିବାକୁ ମିଳିଛି । ସାଲେପୁର ଅଞ୍ଚଳର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ମେଡ଼ିସିନ୍ ଦୋକାନ ଗୁଡିକ ଖୋଲା ଥିବାର ଦେଖିବାକୁ ମିଳିଛି । ସେହିପରି ଜରୁରୀ କାଳୀନ ଯାନବାହନ ଗୁଡିକୁ ଛାଡିଦେଲେ ସମସ୍ତ ଯାନବାହନ ବନ୍ଦ ରହିଛି ।
ଅପର ପକ୍ଷରେ ସରକାରଙ୍କର ଏହି ସଟ୍ଡାଉନ୍ ଘୋଷଣାକୁ ଲୋକମାନେ ସ୍ୱତସ୍ଫୂର୍ତ୍ତ ଭାବେ ମାନି କେହି ଘରୁ ବାହରୁନଥିବା ଦେଖିବାକୁ ମିଳିଛି । କେତେକ ଅମାନିଆ କୌଣସି କାମ ନଥାଇ ମୋଟର ସାଇକେଲ୍ ଧରି ଚକର ମାରୁଥିବାବେଳେ ପୁଲିସ ହାବୁଡ଼ରେ ପଡି ଦଣ୍ଡ ଗଣିଥିବାବେଳେ କେତେକ ଅମାନିଆକୁ ପୁଲିସ ତାଗିଦ୍ କରି ଛାଡି ଦେଉଛି । ଅପର ପକ୍ଷରେ ସଟ୍ଡାଉନ୍ ଯୋଗୁ ସାଲେପୁର ଅଞ୍ଚଳର ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ୍ ଆଦି ବନ୍ଦ ଥିବାର ଦେଖିôବାକୁ ମିଳିଛି । ପୁଲିସ ପକ୍ଷରୁ ଏହି ସଟ୍ଡାଉନ୍କୁ ସୁଚାରୁ ରୂପେ ଯେଭଳି ଲୋକମାନେ ମାନି କାର୍ଯ୍ୟକରିବେ ସେ ଦିଗରେ ତୀକ୍ଷ୍ଣ ନଜର ରଖାଯାଇଛି ।