ସାଲେପୁର ୨୮ ।୮- ସାଲେପୁର ବ୍ଲକ୍ର ବାଲିସାହି ପଞ୍ଚାୟତରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏହି ପଞ୍ଚାୟତର ୩ଟି ୱାର୍ଡ ସଟ୍ଡାଉନ୍ ହୋଇଥିବାବେଳେ ଶିଶୁଆ ପଞ୍ଚାୟତର ୨ଟି ୱାର୍ଡକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ଜଣାଯାଇଛି ।
ଅପର ପକ୍ଷରେ ଏହି ପଞ୍ଚାୟତରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ମାନଙ୍କ ମଧ୍ୟରୁ ଜଣେ ଦେଢ଼ବର୍ଷର ଛୋଟପିଲା ଓ ଅନ୍ୟ ୩ଜଣ ପୁରୁଷଙ୍କୁ ଛାଡି ଅନ୍ୟ ସମସ୍ତ ଆକ୍ରାନ୍ତଙ୍କୁ ସଦ୍ଗୁରୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେହିପରି ବାଲିସାହି ପଞ୍ଚାୟତର ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାହାର ପଡ଼ୋଶୀ ପଞ୍ଚାୟତ ଶିଶୁଆ ପଞ୍ଚାୟତର ବାହାରପଡ଼ା ଗ୍ରାମର ୧୧ ଓ ୧୨ନଂ ୱାର୍ଡକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି ।