Odisha news

୭୨ଘଣ୍ଟା ପାଇଁ ବାଲିସାହି ପଞ୍ଚାୟତର ୧୪,୧୫,୧୬ନମ୍ବର ୱାର୍ଡ ସଟ୍ଡାଉନ୍

0

ସାଲେପୁର : ସାଲେପୁର ବ୍ଲକ୍ର ବାଲିସାହି ପଞ୍ଚାୟତରେ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସରପଞ୍ଚ ଏହି ପଞ୍ଚାୟତର ୩ଟି ୱାର୍ଡକୁ ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି । ଏହାନେଇ ସରପଞ୍ଚ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ଓ ସାଲେପୁର ଥାନା ଆଇ.ଆଇ.ସି.ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରକାଶ ଯେ ଆଜି ସାଲେପୁର ବ୍ଲକ୍ର ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ଗୋଟିଏ ପରିବାରରୁ ୧୨ଜଣ ଓ ଉକ୍ତ ଗ୍ରାମର ଅନ୍ୟ ଏକ ପରିବାରର ୫ଜଣ ମୋଟ୍ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାଲିସାହି ସରପଞ୍ଚ ସରସ୍ୱତୀ ବେହେରା ଏହି ପଞ୍ଚାୟତର ୧୪,୧୫,୧୬ ନମ୍ବର ୱାର୍ଡକୁ ଆଜି ରାତ୍ର ୮ଘଟିକା ଠାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଥିବାବେଳେ ମାଇକ୍ ଯୋଗେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି ।

ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩ଜଣ ଛୋଟପିଲା, ୩ଜଣ ବୃଦ୍ଧ, ୭ଜଣ ମହିଳା ଓ ୪ଜଣ ଯୁବକ ବୋଲି କୁହାଯାଉଛି । ଏ ସମସ୍ତଙ୍କୁ ଆଜି କରୋନା ହସ୍ପିଟାଲକୁ ପଠାଇବାପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଆସନ୍ତା କାଲି ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅପର ପକ୍ଷରେ ୩ଟି ୱାର୍ଡକୁ ଆଜି ସାଲେପୁର ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିବା ଅଗ୍ନିଶମ ଅଧିକାରୀ ଶିଶିର କୁମାର ବେହେରା ପ୍ରକାଶ କରିଛନ୍ତି

Leave A Reply