ମହାକାଳପଡ଼ା : ଲଘୁଚାପ ପରେ ଲଘୁଚାପ । ତ୍ୱରିତ ବର୍ଷା ଜଳ ନିଷ୍କାସନ ହୋଇପାରୁନି । ଜମିରେ ଦୁଇଫୁଟରୁ ଉଦ୍ଧ୍ୱର୍ ପାଣି ଜମି ରହିଛି । ଯାହା ପାଇଁ ଚାଷୀକୂଳ ନାହିଁନଥିବା କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି । ଏଭଳି ଆଶଙ୍କା ୁପୁଜିଛି ଧନିଆପଡ଼ା ପାଟରେ । ପ୍ରାୟ ୧୦୦୦ ଏକର ଚାଷଜମି ଏବେ ଜଳମଗ୍ନ ଅବସ୍ଥାରେ । ବାଲିସୁଆଁ, ଧନିଆପଡ଼ା, ନୂଆଗାଁ ଏପରିକି ବଉଦ ପାଟରେ ମଧ୍ୟ କିଛି ଖାଲୁଆବିଲ ଏବେ ଜଳମଗ୍ନ ଅବସ୍ଥାରେ ଅଛି ।
ବର୍ଷା ଜଳ ନିଷ୍କାସନ ବିଳମ୍ବ ହେଲେ ଧାନ ଫସଲ ହାତକୁ ଆସିବା ଅସମ୍ଭବ । ଯାହା ପାଇଁ ବର୍ଷକର ଧାନ ମଧ୍ୟ ଉଜୁଡ଼ି ଯିବାର ଆଶାଙ୍କା ଦେଖାଦେଇଛି । ଏ ଅଂଚଳରେ ଧାନ ଫସଲ ବ୍ୟତିତ ବିକଳ୍ପ ଫସଲ କଛି ନାହିଁ । ଗ୍ରାମର ସୁଧାକର ବେହେରା, ଧନେଶ୍ୱର ବେହେରା, କୈଳାସ ବେହେରା, ଲକ୍ଷ୍ମୀଧର ବେହେରା, କୃଷ୍ଣଚନ୍ଦ୍ର ବେହେରା, ସୁବାଷ ବେହେରା, ସାରଦା ପ୍ରସାଦ ମହାପାତ୍ର, ଦିଲ୍ଲୀପ ବେହେରା, ବନମାଳୀ ଲେଙ୍କା ପ୍ରମୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି ପାଣି ନିଷ୍କାସନ ନହେଲେ ଆମର ଚାଷବାସ ସମ୍ପୂର୍ଣ୍ଣ ଉଜୁଡ଼ିଯିବ ।
