Odisha news

ସାଲେପୁର : ମିର୍ଜାପୁର ପଞ୍ଚାୟତରେ ୩୪ବର୍ଷୀୟା ମହିଳା କରୋନା ପଜିଟିଭ୍, ମହିଳାଙ୍କ ସ୍ୱାମୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିବାପାଇଁ ସରପଞ୍ଚଙ୍କୁ ପରାମର୍ଶ

0

ସାଲେପୁର : ସାଲେପୁର ବ୍ଲକ୍ର ଆଜି ଜଣେ ୩୪ବର୍ଷୀୟା ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ଲକ୍ ପ୍ରଶାସନ ପକ୍ଷରୁ ଜଣାଯାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ମିର୍ଜାପୁର ପଞ୍ଚାୟତର ଜଣେ ୩୪ବର୍ଷୀୟା ମହିଳା ପ୍ରାୟ ୧ମାସ ହେବ ତାଙ୍କ ଗୋଡ଼ର ସମସ୍ୟା ନେଇ କଟକ ବଡ଼ ମେଡ଼ିକାଲ ଅର୍ଥୋପେଡି ବିଭାଗରେ ଚିକିତ୍ସିତ ହୋଇ ଆସୁଥିବାବେଳେ ଗତକାଲି ମେଡ଼ିକାଲ ପକ୍ଷରୁ ତାଙ୍କର କରୋନା ପାଇଁ ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାଯାଇଛି ।

ଅପର ପକ୍ଷରେ ତାଙ୍କ ସ୍ୱାମୀ ମେଡ଼ିକାଲରେ ତାଙ୍କର ଦେଖାଶୁଣା କରୁଥିବାରୁ ତାଙ୍କୁ ନିଜ ଗ୍ରାମରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିର୍ଜାପୁର ସରପଞ୍ଚ ହରପ୍ରସନ୍ନ ବେହେରାଙ୍କୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ମହିଳାଙ୍କ ସ୍ୱାମୀ ନିଜ ଗ୍ରାମକୁ ଫେରିଲାପରେ ତାଙ୍କୁ ଅନ୍ୟତ୍ର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯିବାପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସଂପୃକ୍ତ ମହିଳାଙ୍କୁ କଟକ ଅର୍ଥୋପେଡି ବିଭାଗରୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ଆଜିସୁଦ୍ଧା ସାଲେପୁର ବ୍ଲକ୍ରେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୭ଜଣ କରୋନା ପଜିଟିଭ୍ ବାହାରିଥିବାବେଳେ ସେଥିମଧ୍ୟରୁ ୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୭ଜଣ କରୋନା ପଜିଟିଭ୍ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

Leave A Reply