Odisha news

ଆତଙ୍କୀ ସଂଗଠନ ଦେଉଛି ଭାରତ ବିରୋଧୀ ନାରା : ପାକିସ୍ତାନ ଖେଳୁଛି ଆତଙ୍କୀ କାର୍ଡ

0

ପାକିସ୍ତାନ ଖେଳୁଛି ଆତଙ୍କୀ କାର୍ଡ
ଆତଙ୍କୀ ହାଫିଜ ସୟିଦ ର ଭାରତକୁ ଖୋଲାଖୋଲି ଧମକ
ଯାହାକୁ ଘଣ୍ଟ ଘୋଡାଇ ରଖିଥିଲା ପାକିସ୍ତାନ ସେହି ଆତଙ୍କୀ ଦେଲା ଧମକ
ପାକିସ୍ତାନ ରେ ମୁଣ୍ଡ ଟେକିଚି ଲସ୍କର -ଏ ତୟବା ର ରାଜନୈତିକ ଶାଖା
ଆତଙ୍କୀ ସଂଗଠନ ଦେଉଛି ଭାରତ ବିରୋଧୀ ନାରା

ଭାରତ ପାକିସ୍ତାନ ର ଉତେଜନା ମଧ୍ୟରେ ଲସ୍କର -ଏ-ତୋୟବା ର ରାଜନୈତିକ ଶାଖା ପାକିସ୍ତାନ ମାରକାଜି ମୁସ୍ଲିମ ଲିଗ ପାକିସ୍ତାନ ରେ ଭାରତ ବିରୋଧୀ ରାଲି ଆରମ୍ଭକରି ଦେଇଛି l ଏହି ରାଲିର ମୁଖ୍ୟ ପୁରୋଧା ହେଲେ ୨୬/ ୧୧ ମୁମ୍ବାଇ ଆକ୍ରମଣ ର ମାଷ୍ଟର ମାଇଣ୍ଡ ହାଫିଜ ସାଇଦ , ସେ ବର୍ତମାନ ଭାରତକୁ ଧମକ ଦେବାକୁ ପଛାଉନାହିଁ l ମାରକାଜି ମୁସ୍ଲିମ ଲିଗ ଲାହୋର, କରାଚୀ, ଇସ୍ଲାମଵାଦ, ରାଓଲ ପିଣ୍ଡି,, ଫଇସଲାବାଡ଼ ଭଳି ଅନେକ ପ୍ରମୁଖ ସହରରେ ପ୍ରଦର୍ଶନ ଆୟୋଜିତ କରି ଭାରତ ବିରୋଧୀ ଭଡକାଉ ଭାଷଣ ଦେଉଛି l

ଏବଂ ଭାରତର ସିନ୍ଧୁ ଜଳ ବନ୍ଦ କାର୍ଯ୍ୟାନୁଷ୍ଠାନ କୁ ନେଇ ଭୟଭୀତ ହୋଇଛି l ଗୋଟିଏ ଆତଙ୍କବାଦୀ ଭାରତ ଉପରେ ଅବୈଧ ବନ୍ଧ ନିର୍ମାଣ ର ଆରୋପ ଲଗାଇଛି l ଠିକ ଏହି ସମୟରେ ହାଫିଜ ସାଇଦ ର ପୁରୁଣା ଭାଷଣ ମଧ୍ୟ ସାମ୍ନାକୁ ଆସିଛି l

ବିଭିନ୍ନ ସ୍ଥାନରେ ଭାରତ ବିରୋଧୀ ରାଲି ସମୟ ରେ ହାଫିଜ ର ପୁରୁଣା ଭାଷଣ ବଡ଼ବଡ଼ LCD ରେ ଦେଖିବା ସହିତ ଶୁଣିବାକୁ ମଧ୍ୟ ମିଳୁଛି l ଗୋଟିଏ ଭାଷଣ ରେ ହାଫିଜ କହୁଛି ‘ଭାରତ ପାକିସ୍ତାନ ପାଣି କୁ ଯଦି ଅଟକାଇବ, ପାକିସ୍ତାନ ଚୁପ ରହିବ ନାହିଁ, ପାକିସ୍ତାନ ଭାରତର ନିଶ୍ୱାସ ବନ୍ଦ କରିଦେବ ଏବଂ ଭାରତୀୟ ନଦୀ ରେ କେବଳ ରକ୍ତ ବୋହିବ l ‘

ପାକିସ୍ତାନ ପକ୍ଷରୁ ଦାବି ହେଉଛି ଭାରତ କୂଟନୈତିକ ସ୍ତର ଅତିକ୍ରମ କରୁଛି ତେଣୁ ଏହାର ପରିଣାମ ଭାରତକୁ ଭୋଗିବାକୁ ପଡିବ l

ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜରିଆରେ ଭାରତକୁ ଦେଉଛି ଖୋଲା ଧମକ, ପାକିସ୍ତାନ ର ଏହି ନୀତି ରୁ ଜଣାପଡୁଛି ଯେ ପାକିସ୍ତାନ ଆଜି ମଧ୍ୟ ଆତଙ୍କବାଦୀ ଙ୍କ ଉପରେ ନିର୍ଭରଶୀଳ , ଯେଉଁ ଦେଶ ଦେଶ ଆତଙ୍କବାଦୀ ଙ୍କୁ ଆଶ୍ରୟ ଦେଇ ନିଜକୁ ସୁରକ୍ଷିତ ମନେକରୁଛି ତା ଠାରୁ ହୁଏତ ବଡ଼ ମୂର୍ଖ ଆଉ କେହି ନଥିବେ ବୋଲି ଭାରତ କହିଛି l

Ad2
Leave A Reply