Odisha news

ଆମ୍ବ ସହିତ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇପାରେ ବିପଦ

0

ଆମ୍ବ ଗୋଟିଏ ଏଭଳି ଫଳ ଯାହା ବଡ଼ ଠାରୁ ନେଇ ସାନ ସମସ୍ତଙ୍କର ପ୍ରିୟ ଅଟେ, ଯାହାକି ସ୍ୱାଦିଷ୍ଟ ହେବା ସହିତ ଶରୀର  ପାଇଁ କିଛି ମାତ୍ରା ମଧ୍ୟ ଜରୁରୀ, ଏଥିରେ ଭିଟାମିନ ସି ଓ ଭିଟାମିନ ଏ ରହିଛି, ଯାହାକି ଇମ୍ୟୁନିଟି ବୁଷ୍ଟ କରିଥାଏ , ଅକ୍ଷୀର ଦୃଷ୍ଟି ଶକ୍ତି ବଢ଼ାଇଥାଏ , ସ୍କିନ ରେ ଚମକ ଆଣିଥାଏ, ଏହାଛଡା ଏଥିରେ ଫାଇବର, ପୋଟାସିୟମ ଓ ବିଟା କେରେଟିନ ଭଳି ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l ଯାହାକି ବ୍ଲଡ଼ ପ୍ରେସର କୁ ରେଗୁଲେଟ କରିଥାଏ l ଡାଇଜେସନ କୁ ସପୋର୍ଟ କରିଥାଏ, ଏବଂ କ୍ରନିକ ଡିଜିଜ ନିକଟରୁ ରକ୍ଷା କରିଥାଏ l କିନ୍ତୁ କିଛିଟା ଜିନିଷ ଏଭଳି ରହିଛି ଯାହାକୁ ଆମ୍ବ ସହିତ ଖାଇବା ଉଚିତ ନୁହେ, ଏବଂ ଏହାକୁ ଯଦି ଖାଇବେ ତେବେ ଶରୀର ରେ ବିଭିନ ପ୍ରତିକ୍ରିୟା ଦେଖାଯିବ l

– ଆୟୁର୍ବେଦ ଅନୁସାରେ କଲରା ଆମ୍ବ ସହିତ ଖାଇବା ଉଚିତ ନୁହେଁ, ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ବାଧା ଆସିଥାଏ, ଏସିଡ଼ିଟି ହୋଇଥାଏ, ବାନ୍ତି ସମସ୍ୟା ମଧ୍ୟ ଦେଖାଯାଇ ଥାଏ l

– ଅନେକ ଲୋକ ଅଛନ୍ତି ଆମ୍ବ ଓ ଦହି ଏକ ସାଙ୍ଗରେ ଖାଇ ଥାଆନ୍ତି, କିନ୍ତୁ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ, ଦହି ଓ ଆମ୍ବ ଏକ ସାଙ୍ଗରେ ଖାଇବା ଦ୍ୱାରା ଡାଇଜେସନ ସମସ୍ୟା ଦେଖାଯାଏ l

– ଆମେ ଅନେକ ସମୟରେ ମଧ୍ୟାହ୍ନ ଭୋଜନ ରେ ମସଲା ଯୁକ୍ତ ଆମିଷ ଖାଦ୍ୟ ଖାଇ ଥାଆନ୍ତି, ଆମିଷ ଖାଦ୍ୟ , ମସଲା ଯୁକ୍ତ ଖାଦ୍ୟ, ତୈଳ ଯୁକ୍ତ ଖାଦ୍ୟ ସହିତ ଆମ୍ବ ଖାଇବା ଦ୍ୱାରା ପେଟରେ ଜଳନ ହୋଇଥାଏ, ଏବଂ ଏସିଡ଼ିଟି ହୋଇ ଖାଦ୍ୟ ହଜମ ହୋଇ ନଥାଏ l

– ଯଦି ଆପଣ ଆମ୍ବ ଖାଇଛନ୍ତି ତେବେ ତୁରନ୍ତ ପରେ କୋଲଡ଼ ଡ୍ରିଂକ୍ସ, ସୋଢା ପିଅନ୍ତୁ ନାହିଁ, ଏହା ମଧୁମେହ ରୋଗୀ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ଏବଂ ସୁଗାର ଲେବୁଲ ବଢି ଯାଇଥାଏ l

– କିଛି ଲୋକଙ୍କର ଅଭ୍ୟାସ ରହିଛି ଫଳ ଖାଇବା ପରେ ପାଣି ପିଇବା, କିନ୍ତୁ ଏହାର ପ୍ରଭାବ ଡାଇଜେସନ ଉପରେ ପଡିଥାଏ, ଏବଂ ଏହି କାରଣରୁ ଡାଇରିଆ ମଧ୍ୟ ହୋଇଥାଏ, ତେଣୁ ଆମ୍ବ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ l

Leave A Reply