Odisha news

କରୋନା ଭାଇରସ ରିଟର୍ନ : ଭାରତରେ ୨୫୯ ଟି ଆକ୍ଟିଭ କେଶ

0

କରୋନା ଭୁତାଣୁ ପୁନର୍ବାର ବ୍ୟାପୁଛି ଦ୍ରୁତ ଗତିରେ, ଗୁଜୁରାଟ ର ଅହମଦାବାଦ ରେ ୭ଟି ନୂଆ କେଶ ସାମ୍ନାକୁ ଆସିଛି, ଏଥିରେ ୨ବର୍ଷ ର ଶିଶୁ ସହିତ ଜଣେ ୭୨ ବର୍ଷର ବୃଦ୍ଧ ସାମିଲ ଅଛନ୍ତି, ବର୍ତମାନ ଦେଶରେ କରୋନା ଆକ୍ଟିଭ କେଶ ସଂଖ୍ୟା ୨୫୯ କୁ ବୃଦ୍ଧି ପାଇଛି l କେରଳ ରେ ସର୍ବାଧିକ ୯୫ ଜଣ ପଜିଟିଭ ରେ ପୀଡିତ ଅଛନ୍ତି l ତାମିଲନାଡୁ ରେ ୬୬ , ମହାରାଷ୍ଟ୍ର ରେ ୫୬ ଓ କର୍ଣ୍ଣାଟକ ରେ ୧୩ ଟି ଆକ୍ଟିଭ କେଶ ସାମ୍ନାକୁ ଆସିଛି l

ମୁମ୍ବାଇ ରେ ଗତ ସୋମବାର ଦିନ ଦୁଇ କୋଭିଡ ପଜିଟିଭ ରୋଗୀ ଙ୍କର ମୃତ୍ୟୁ ହୋଇଯାଇଛି l ବର୍ତମାନ ରେ ଅଧ୍ୟୟନ ରେ କୁହାଯାଇଛି ଯେ ଏସିଆ ରେ ଦ୍ରୁତ ବେଗରେ କୋଭିଡ ବୃଦ୍ଧି ପାଉଛି l ସିଙ୍ଗାପୁର, ହଙ୍ଗକଂଗ , ଚୀନ ଓ ଥାଇଲ୍ୟାଣ୍ଡ ରେ କରୋନା ଭାଇରସ ମାମଲା ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉଛି l ସିଙ୍ଗାପୁର ରେ ମଇ ୧ ତାରିଖ ଦିନ ୩ ହଜାର କୋଭିଡ ପଜିଟିଭ କେଶ ସାମ୍ନାକୁ ଆସିଥିଲା l

ଭାରତରେ ବର୍ତମାନ କରୋନା ର ଲହର ଦେଖିବାକୁ ମିଳି ନଥିଲେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ରହିବା ପାଇଁ କୁହାଯାଇଛି, ପୁନର୍ବାର ପବ୍ଲିକ ପ୍ଲେସ ରେ ମାସ୍କ ପିନ୍ଧିବା, ବାହାରୁ ଘରକୁ ଆସିବା ପରେ ସାନିଟାଈଜ କରିବା, ନିଜକୁ ସୁସ୍ଥ ରଖିବା ସହିତ ସତର୍କ ରହିବା ପାଇଁ କୁହାଯାଇଛି l

ଚଳିତ ଥର ର ସଂକ୍ରମଣ ପାଇଁ ଓମୀକ୍ରାନ ର ନୂଆ ଭାରୀଏଣ୍ଟ JN1 ଓ ଏହାର ସବ -ଭାରୀଏଣ୍ଟ LF7 ଓ NB1.8 କୁ କ୍ଷତିକାରକ ବୋଲି ଦର୍ଶା ଯାଇଛି l  ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏହି ଲହର ଦ୍ୱାରା କମ ଇମ୍ୟୁନିଟି ଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି l

ଇମ୍ୟୁନିଟି କୁ ଦୁର୍ବଳ କରି ଦେଉଛି JN1 ଭାରୀଏଣ୍ଟ –
JN1, ଓମୀକ୍ରାନ ଓ BA 2.୮୬ ଗୋଟିଏ ସ୍ଟ୍ରେନ୍ରୁ ଅଟେ, ଏଥିରେ ପାଖାପାଖି ୩୦ ଟି ମୀଯୁଟେସନ ରହିଛି, ଯାହାକି ଇମ୍ୟୁନିଟି କୁ ଦୁର୍ବଳ କରିଥାଏ, ଏହି ଭାରୀଏଣ୍ଟ ଖୁବ ସହଜ ରେ ବ୍ୟାପିଥାଏ, ଯଦି ଆପଣଙ୍କର କୋଭିଡ କୌଣସି ଲକ୍ଷଣ ରହୁଛି ତେବେ ଆରମ୍ଭରୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Leave A Reply