Odisha news

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଚେତାବନୀ : ଇମ୍ୟୁନିଟି ବୁଷ୍ଟ ପାଇଁ ଆପଣାନ୍ତୁ ଏହି ସେଭେନ (୭ ) ରୁଲସ ଓ କୋଭିଡ ଠାରୁ ଦୁରେଇ ରୁହନ୍ତୁ  

0

କୋଭିଡ 19 ଗତ କିଛି ବର୍ଷ ହେଲାଣି ଆମ ଜୀବନ କୁ ଏଭଳି ବ୍ୟତିବ୍ୟସ୍ତ କରି ଦେଇଛି ତାର ନାଁ ଶୁଣିବା କ୍ଷଣି ମନରେ ଅନେକ ଶଙ୍କା ଭରି ଯାଉଛି, ବର୍ତମାନ ଭାରତ ରେ ପାଦ ଥାପି ସାରିଛି କୋଭିଡ ର ନୂଆ ଭାରୀଏଣ୍ଟ, ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଚେତନ ଜାରି କରିଛି l କିନ୍ତୁ ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କିଛିଟା ଘରୋଇ ଉପାୟକୁ ଗ୍ରହଣ କରି ନିଜର ଇମ୍ୟୁନିଟି ବୁଷ୍ଟ କରିବା ପାଇଁ କୁହାଯାଇଛି l ଯାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଭେନ ରୁଲସ ଅଫ ଇମ୍ୟୁନିଟି ବୁଷ୍ଟ ବୋଲି କୁହାଯାଇଛି l

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ ବର୍ତମାନ ଏତେ ଭୟଙ୍କର ସ୍ଥିତି ଆଣୁନାହିଁ, କିନ୍ତୁ ସତର୍କତା ଅବଲମ୍ବନ କରିବା ଜରୁରୀ l ତେଣୁ ଏହିସବୁ ଉପାୟକୁ ଆପଣାଇ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରି ପାରିବା l

* ଇମ୍ୟୁନିଟି ବୁଷ୍ଟ ପାଇଁ ରାତିରେ ଶୋଇବା ପୂର୍ବରୁ ହଳଦୀ କୁ ଉଷୁମ ଦୁଗ୍ଧ ରେ ମିଶାଇ ସେବନ କରିବା ପାଇଁ କୁହାଯାଇଛି l ଯାହାକି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିବ l ହଳଦୀ ରେ ଆଣ୍ଟି-ଭାଇରଲ ଓ ଆଣ୍ଟି -ଇମ୍ଫ୍ଲମେଟ୍ରି ଗୁଣ ରହିଛି, ଯାହା ଗଳାକୁ ଆରାମ ଦେଇଥାଏ l

* ଗୋଟିଏ ଚାମଚ ସୁଧ ମହୁ ରେ ଅଧା ଚାମଚ ଅଦାରସ ମିଶାଇ ଦିନକୁ ୨ଥର ସେବନ କରନ୍ତୁ, ଏହି ମିଶ୍ରଣ କଫ ଓ କାଶ କୁ କମାଇବାରେ ପ୍ରଭାବ ଶାଳୀ ବୋଲି କୁହାଯାଇଛି l ଦିନକୁ ୨ଥର ନିହାତି ସେବନ କରିବା ଜରୁରୀ l ଏହା ଗଳା କୁ ଆରାମ ଦେବା ସହିତ ଇମ୍ୟୁନିଟି ମଧ୍ୟ ବୁଷ୍ଟ କରିଥାଏ l

* ଯଦି ଆପଣ କୋଭିଡ ସମୟ ରେ ଥଣ୍ଡା ରେ ପୀଡିତ ହେଉଛନ୍ତି ତେବେ ଦିନକୁ ୨ଥର ଷ୍ଟିମ ନିଅନ୍ତୁ l ଏହା ଆପଣଙ୍କ ଛାତି ଓ ନାକ କୁ ଖୋଲିବା ସହିତ ସଫା ମଧ୍ୟ ରଖିବ l

* ପ୍ରତିଦିନ ସକାଳୁ ଉଷୁମ ପାଣି ରେ ଲେମ୍ବୁ ମିଶାଇ ନିହାତି ସେବନ କରନ୍ତୁ, ଏହା ଆପଣଙ୍କ ଶରୀରକୁ ଡିଟକ୍ସ କରିବ , ଏବଂ ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ l ଏହାଛଡା ଗଳା କୁ ମଧ୍ୟ ଆରାମ ଦେଇଥାଏ l

* ପ୍ରତିଦିନ ନିଜ ଖାଦ୍ୟ ରେ ରସୁଣ କୁ ସାମିଲ କରନ୍ତୁ l ଏହା ବ୍ୟାକ୍ଟେରିଆ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ ପାଖୁଡା କଞ୍ଚା ରସୁଣ ନିହାତି ଖାଆନ୍ତୁ l

* ପ୍ରତିଦିନ ୨ଥର ତୁଳସୀ, ଗୋଲ ମରିଚ, ଓ କଞ୍ଚା ହଳଦୀ ରେ ପ୍ରସ୍ତୁତ କାଢା ନିହାତି ସେବନ କରନ୍ତୁ l ଏହା ଗଳାକୁ ଆରାମ ଦେବା ସହିତ ହାଲୁକା କୋଭିଡ ଲକ୍ଷଣ ରେ ମଧ୍ୟ ଆରାମ ଦେଇଥାଏ l  ଏହା ଗଳା କୁ ସଫା ରଖିଥାଏ, ଜ୍ୱର ନିୟନ୍ତ୍ରିତ କରିଥାଏ ଏବଂ ଇମ୍ୟୁନିଟି କୁ ମଧ୍ୟ ବୁଷ୍ଟ କରିଥାଏ l

Leave A Reply