Odisha news

ଦୁର୍ଲଭ ବଜ୍ରକାପ୍ତା ଉଦ୍ଧାର : ଅନଳରୁ ଜବତ ବଜ୍ରକାପ୍ତା କପିଳାସକୁ ଗଲା

0

ଈୁବନ : ବଜ୍ରକାପ୍ତ ଏକ ଦୁର୍ଲଭ ଜୀବ । ଯାହା ଭାରତର କେତୋଟି ନିର୍ଦ୍ଦିଷ୍ଠ ଟି ପ୍ରଦେଶରେ ବିଶେଷ ଭାବେ ଦେଖାଯାଏ । ଢେଙ୍କାନାଳ ବନଖଣ୍ଡ ଅର୍ନ୍ତଗତ ଭୁବନ ବନାଂଚଳ ଅଧିନସ୍ଥ ବୂବନ ବନପାଳଙ୍କ କାର୍ଯ୍ୟାଳୟ ର ଧଳପଡା ପଚାଂୟତର ଅନଳ ଗ୍ରାମରୁ ଜବତ କରାଯାଇଛି । ପୂର୍ବତନ ସରପଚଂ ରମେଶ ଚନ୍ଦ୍ର ସାହୁ ଙ୍କ ଠାରୁ ଖବର ପାଇ ବନପାଳ କବିତା ବିଶ୍ୱାଳ ବନବିଭାଗ ଷ୍ଠାପଙ୍କ ସହ ଅନଳ ଯାଇ ଗ୍ରାମର ତଳସାହିରୁ ଦୁଃଖବନ୍ଧୁ ସେଠୀଙ୍କ ବାଡିରୁ ବଜ୍ରକାପ୍ତାକୁ ଜବତ କରିଥିଲେ ।

ଭୁବନ ବନାଚଂଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବନାଚଂଳ ଅଧିକାରୀଣୀ ଅନିତା ସେଠୀ ଙ୍କ ନିଦେ୍ଦଶକ୍ରମେ ଏହି ବଜ୍ରକାପ୍ତକୁ କପିଲାଶ ଅଭୟାରଣ୍ୟକୁ ନିଆଯାଇଛି । ସେଠାରେଏହି ମାଇ ବଜ୍ରକାପ୍ତ କୁ ଉଜନ କରାଯାଇଥିଲା । ଯାହାର ଓଜନ ୬.୭କେଜି ବୋଲି ଜଣାଯାଇଛି । ବଜ୍ରକାପ୍ତାର କୋଭିଡି -୧୯ ଟେଷ୍ଠ ପାଇଁ ନମୁନା ସଂଗ୍ରହ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଢେଙ୍କାନାଳ ଜିଲା ଅନଳ ଭଳି ଏକ ନିକାଚଂନ ସ୍ଥାନକୁ ଏହି ବିରଳ ଜୀବ କେଉଁଠୁ ଆସିଲା । ଏହା ପଛରେ କେଉଁ ଗ୍ୟାଙ୍ଗର ହାତ ରହିଛି ତାହା ତଦନ୍ତ ହେବା ଦରକାର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Nalco

Leave A Reply