Odisha news

ଏନ.ଏଚ.ଠିକା କଂପାନୀ କୁନାଲ କଂଷ୍ଟ୍ରସନରୁ ଡିଜେଲ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ : ପର୍ଜଙ୍ଗ ପୋଲିସର ବଡ ସଫଳତା

0

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଦେଇ ଲମ୍ବିଛି ଜାତୀୟ ରାଜପଥ ୫୫ ଓ ୫୩ । ଗୋଟିଏ ପଟେ ଗାୟତ୍ରୀ ଓଅନ୍ୟ ପଟେ ଜି.ଆର ଇନଫ୍ରା । ଚୁକ୍ତି କରିଛନ୍ତି ଚାରିଥାକିଆ ରାସ୍ତା କରିବାକୁ । ନିଜେ ନକରି ସବଲେଟରେ ଦେଉଛନ୍ତି ଅନ୍ୟକୁ । କାମାକ୍ଷାନଗର ଉପଖଣ୍ଡଦେଇ ୫୩ ନଂ ଜାତିୟ ରାଜପଥର ନିର୍ମାଣ କାମ ଚାଲୁଅଛି । ଏହି କାର୍ଯ୍ୟର ମାନ ଉପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ହୋଇପଡିଛି । ଯାହା କରୁଛି ବାଲାଜୀ ଇଂଜିକନ , କୁନାଲ କଷ୍ଠ୍ରସନ । କୁନାଲ କଂଷ୍ଟ୍ରସନ କାମକରୁଥିବାକାମାକ୍ଷାନଗର ଠାରୁ ବହ୍ଲର ଛକ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ଏହି କଂପାନୀ ଅସାଧୂ କର୍ମଚାରୀମାନଙ୍କର ମୁଖା ଖୋଲିଦେଇଛନ୍ତି ପରଜଙ୍ଗ ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ । ଶ୍ରୀ ସ୍ୱାଇଁ ପୂର୍ବରୁ ବିଭିନ୍ନ ଥାନାରେ କାମ କରୁଥିବା ବେଳେ ଚୋରା ବ୍ୟବସାୟୀଙ୍କ ନିଜ ହଜାଇ ଦେଇଥିବା ନଜିର ରହିଛି ।

ଯାହାର ପ୍ରମୁଖ ଘଟଣା ଦେଖିବାକୁ ମିଳିଛି ପରଜଙ୍ଗରେ । କୁନାଲ କଂଷ୍ଟ୍ରସନ କଂପାନୀରେ କାର୍ଯ୍ୟ କରୁଥିବା ବିଭିନ୍ନ ଭାରୀଯାନ ଯଥା (ଜେସିବି ହାଇଡ୍ରା , ହଇୱା ) ଦୈନିକ ହଜାର ଲିଟରରୁ ଡିଜେଲ ଆବଶ୍ୟକ ହୋଇଥାଏ । ଏହି ଗାଡି ଗୁଡିକର କିଛି ଅସାଧୁ ଅପରେଟର ଓ ସୁପରଭାଇଜରମାନେ ମିଳିତ ଭାବେ ବିଗତ କିଛି ମାସ ହେଲା ଦୈନିକ ୫୦୦ ଲିଟରରୁ ଉର୍ଦ୍ଧ ଡିଜେଲ ସଂପୃକ୍ତ ଗାଡିରୁ ନିଷ୍କାସନ କରି ଚୋରାରେ ବିକ୍ରୟ କରିଥାନ୍ତି । ରବିବାର ସନ୍ଧ୍ୟାରେ ପାଟ୍ରୋଲିଙ୍ଗି କରୁଥିବା ବେଳେ ଇଣ୍ଡିକା ନଂ ଓଆର ୦୨ ଏୟ୍ୟ୭୮୭୦ରେ ଚାଳାଣ ହେଉଥିବା ଏନ.ଏଚ ଉପରେ ଧରଥିଲେ । ଏହି ବ୍ୟବସାୟରେ ସଂପୃକ୍ତ କୁନାଲ କଂପାନୀର ୬ ଜଣ ଅପରେଟରଙ୍କୁ ଗିରଫ କରାଯାଇ କୋଟ ଚାଲାଣ କରାଯାଇଛି ।

ସେମାନେ ହେଲେ ଉତରପ୍ରଦେଶର ମିର୍ଜାପୁର ଜିଲାର ପାଟିହାଟ ଗ୍ରାମ ଶ୍ୟାମନାରାୟଣ ର ପୁଅ ଆଶିଷ କୁମାର ବିଶ୍ୱକର୍ମା (୨୫) , ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ବିୟୁନି ଗ୍ରାମର ଶ୍ରୀରାମ ବଲକ ଯାଦବ ର ପୁଅ ଶୁଭମ ଯାଦବ(୨୪) , ଓଡିଶା ଜଗତସିଂହପର ଜିଲ୍ଲାର ରାଧୁଆ ଗ୍ରାମର ନବକିଶୋର ମହାପାତ୍ରଙ୍କ ପୁଅ ମାନସ (୩୮) , ଢେଙ୍କାନାଳ ଜିଲ୍ଲା କନ୍ତିଓକାଟେଣୀର ସନାତନ ସାହୁ ପୁଅ ରଂଜିତ (୩୧) , କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମର ଉଦୟନାଥ ସାହୁଙ୍କ ପୁଅ ସୁନିଲି(୨୫) ଅନୁଗୁଳ ଜିଲ୍ଲା କଣିହାଁ ଥାନା ତାଳପଦା ଗ୍ରାମର ନିତ୍ୟାନନ୍ଦ ନାଥଙ୍କ ପୁଅ ବିପନ୍ନ (୨୫) । ସେମାନଙ୍କ ଠାରୁ ୬ଟି ମୋବାଇଲ ଫୋନ ଜବତ ହୋଇଛି । ଚୋରା କାରବାରରେ ସଂପୃକ୍ତ ଅନ୍ୟ ଅଧିକାରୀ ମାନଙ୍କୁ କାଠଗଡାକୁ ଟଣାଯିବ ବୋଲି ଥାନଧିକାରୀ ପ୍ରକାଶ କରିଛନ୍ତି । କେସ ନଂ ୧୫୭/୨୦୨୦ ଦଫା ୩୭୯/୪୧୧/୧୨୦ ବିଆଇପିସିରେ ମାମଲା ଦରଜ କରାଯାଇଛି ।

Ad2
Leave A Reply