ସାଲେପୁର : ସାଲେପୁର ଅଞ୍ଚଳରେ ଏବେ ଛେଳି ଚୋର ରାକେଟ ସକ୍ରିୟ ହୋଇଉଠିଛନ୍ତି । କେତେକ ବ୍ୟକ୍ତି ବିଭିନ୍ନ ସମୟରେ ବଜାର, କେନାଲବନ୍ଧ, ନଦୀବନ୍ଧ ଆଦି ସ୍ଥାନମାନଙ୍କରେ ଛେଳି ଚରୁଥିବାବେଳେ ଦାମୀ କାର ମାଧ୍ୟମରେ ସେମାନଙ୍କୁ ଚୋରି କରି ଫେରାର ହୋଇଯାଉଛନ୍ତି । ଗତ କିଛିଦିନ ତଳେ ରୋଧପୁର ଗ୍ରାମର ଶରତ କାଣ୍ଡି, ବାବୁଲି କାଣ୍ଡି, ଅଜୁ କାଣ୍ଡି ଛେଳି ଚରାଉଥିବାବେଳେ ଦିନ ଦ୍ୱିପ୍ରହରରେ ଏହି ଛେଳି ଚୋର ର୍ୟାକେଟ୍ କାର୍ ଯୋଗେ ଆସି ନଦୀବନ୍ଧ ଓ ନାଳବନ୍ଧରୁ ଛେଳିକୁ ଚୋରି କରି କାର୍ ଭିତରେ ପୁରାଇ ନେଇ ଫେରାର ହୋଇଯାଉଛନ୍ତି ।
ସେହିପରି ଆଜି ଅପରାହ୍ଣରେ ସାଲେପୁର କଲେଜରୋଡ୍ ୬ନଂ କେନାଲ କଡ଼ରେ ଘର କରି ରହିଥିବା ସରସ୍ୱତୀ ଗୋଚ୍ଛାୟତଙ୍କର ଏକ ଛେଳିକୁ କେନାଲବନ୍ଧରେ ଚରୁଥିବାବେଳେ ୩ଜଣ ଯୁବକ ଏକ କାର ଯୋଗେ ଆସି କାର୍ରେ ଭର୍ତ୍ତି କରି ଛେଳିକୁ ନେଇ ଦ୍ରୁତଗତିରେ ପଳାଇଯାଇଥିଲେ ।
ଲକ୍ଡାଉନ୍ ପରେ ଏହି ଅଞ୍ଚଳରେ ଛେଳିଚୋର ର୍ୟାକେଟ୍ ସକ୍ରିୟ ହୋଇପଡିଛନ୍ତି । ସାଲେପୁର ବ୍ଲକ୍ର ରାଇସୁଙ୍ଗୁଡ଼ା, ମିର୍ଜାପୁର, ପଟୁଆ, ନଈଗୁଆଁ, ଶିଶୁଆ, ଚନ୍ଦ୍ରାଦେଇପୁର, ସେହିପରି ଦ୍ୱୀପାଞ୍ଚଳର ନଦୀପଠାରେ ଚରୁଥିବା ଛେଳିମାନଙ୍କୁ ମଧ୍ୟ ଏହି ଛେଳି ଚୋର ର୍ୟାକେଟ୍ ଟାର୍ଗେଟ୍ କରି କାର୍ ଯୋଗେ ଉଠାଇ ନେଉଥିବା ଅଭିଯୋଗ ହେଉଛି । ଆଜି ସୁଦ୍ଧା ଏହି ଅଞ୍ଚଳରୁ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଛେଳି ଚୋରି ହୋଇଥିôବା ଜଣାଯାଇଛି । ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବହୁ ଛେଳି ଚାଷୀମାନେ ଦାବି କରିଛନ୍ତି