ସାଲେପୁର :-ଆଜି ଅପରାହ୍ନରେ ଶିଶୁଆ ବିଜେଡି କାର୍ଯ୍ୟାଳୟରୁ ବିଧାୟକ ପ୍ରଶାନ୍ତ ବେହେରା ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ସାଲେପୁର ଅଭିମୁଖେ ଆସିଥିଲେ l ମାଛୁଆତି ତାରିଣୀ ଛକରୁ ଚାଲି ଚାଲି ସହ ସହ ସମର୍ଥକଙ୍କ ଗହଣରେ ମାଛୁଆତି ବଜାର, ସାଲେପୁର ବଜାର ପରିକ୍ରମା କରି ସମସ୍ତ ବ୍ୟବସାୟୀ ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ତୃତୀୟ ଥର ଲାଗି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭରସା କରିଛନ୍ତି ଓ ସାଲେପୁର ଜନସାଧାରଣଙ୍କ ଆଶ୍ରିବାଦରୁ ସେ ବିଜେଡି ପ୍ରାର୍ଥୀ ହୋଇଛନ୍ତି l ତାଙ୍କୁ ପୁଣି ଥରେ ସେବା କରିବାର ସୁଯୋଗ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ l ଶ୍ରୀ ବେହେରାଙ୍କୁ ବିଭିନ୍ନ ଛକରେ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା l ଶ୍ରୀ ବେହେରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବା ସହିତ ମା ସାହେଶ୍ବରୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ନବ କିଶୋର କର, ବିଭୁତି ଭୂଷଣ ଦାଶ, ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ଚନ୍ଦ୍ରାଦେଇପୁର ସମିତି ସଭ୍ୟା ପୁଷ୍ପିତା ଭୂୟାଁ, ବାଲିସାହି ସମିତି ସଭ୍ୟା ଗୌତମୀ ମଲ୍ଲିକ, ଯୁବ ବିଜେଡି ସଭାପତି ସଞ୍ଜିତ ଦାଶ, ବିରଞ୍ଚି ନାରାୟଣ କର, ରାଜେଶ ମହାନ୍ତି, ଗୁଲରେଜ ଅଲ୍ଲୀ,ବ୍ଲକ ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, ସମିମ ଅକ୍ଟର, ବାପୁ ଷଡ଼ଙ୍ଗୀ, ମିତୁ ମଲ୍ଲ, ସରପଞ୍ଚ ପବିତ୍ର ସାମଲ,ସଞ୍ଜୟ ବେହୁରା, ପ୍ରଭାତ ପାତ୍ରଙ୍କ ସମେତ ବହୁ ଯୁବ ଛାତ୍ର ସଂଗଠକ ମାନେ ଉପସ୍ଥିତ ରହିଥିଲେ