Odisha news

ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ମହୋତ୍ସବ     

0
ସାଲେପୁର : ବିଶ୍ଵ ହିନ୍ଦୁ ପରିଷଦ କଟକ ସଦର ଜିଲ୍ଲା ପକ୍ଷରୁ ଶ୍ରୀରାମ ମହୋତ୍ସବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ସାଲେପୁର ଠାରେ ପରିଷଦର ସଭାପତି ମାନସ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ଅଖିଳ ଭାରତ ସଂଯୁକ୍ତ ସଂଗଠନ ମହାମନ୍ତ୍ରୀ ମାନନୀୟ ବିନାୟକ ରାଓ ଦେଶ ପାଣ୍ଡେ ଯୋଗ ଦେଇ “ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର”ଙ୍କ ଚରିତ୍ର ଉପରେ ଆଲୋକପାତ କରିବା ସହ  “ହିନ୍ଦୁ ଏକତା ଆଜିର ଆବଶ୍ୟକତା”ବୋଲି ତାଙ୍କ ମାର୍ଗ ଦର୍ଶନରେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ମହାମନ୍ତ୍ରୀ ମାନନୀୟ ଶରତ କୁମାର ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ସନ୍ଥ ଅମୃତାନନ୍ଦ ମହାରାଜ ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କଟକ ବିଭାଗ ସଂଘ ଚାଳକ ଡ଼ଃ ଗୌତମ ମହାରଣା, ଝାଡ଼ଖଣ୍ଡ ରାଜ୍ୟର ପ୍ରାନ୍ତ ପ୍ରଚାରକ ଚିତ୍ତରଞ୍ଜନ ମହାନ୍ତି, ଡ଼ଃ ଚିତ୍ତରଞ୍ଜନ ପଣ୍ଡା,  ବଜରଙ୍ଗ ଦଳର ସଞ୍ଜୟ ସିଂହ, କଟକ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ଉପସଭାନେତ୍ରୀ ଅମିତା ସାହାଣୀ , ଅମରେନ୍ଦ୍ର ମହାନ୍ତି, ଅରୁଣ ରଞ୍ଜନ ନାୟକ, ବିବେକାନନ୍ଦ ଜେନା, ଡାକ୍ତର ନୃସିଂହ ଚରଣ ପରିଜା, ସନ୍ତୋଷ ସାମଲ, ବିଶାଳ ମହାପାତ୍ର, ରାମ ନାରାୟଣ ପଣ୍ଡା, ହରେକୃଷ୍ଣ ସାମଲ,ଶିକ୍ଷାବିତ୍ ଶଙ୍କର୍ଷଣ ପାଣିଗ୍ରାହୀ,ବିପିନ୍ ବିହାରୀ କର,ଝରିସୁନ୍ଦର ମଲ୍ଲିକ, ଅଳକା ଦଳାଇ,ସଂଗୀତା ମିଶ୍ର, ଦେବେନ୍ଦ୍ର ନାୟକ, ଅଧିବକ୍ତା ଗୌତମ ରାୟ ଚୌଧୁରୀ, ଅଶୋକ କୁମାର ବେହେରା, ଗୀତିକାର ରମାକାନ୍ତ ଦାସ,ଇଞ୍ଜିନିୟର ବିଭୂତି ଭୂଷଣ ପାତ୍ର, ସଂଗଠକ ରବୀନ୍ଦ୍ର କୁମାର୍ ବେହେରା, ଲକ୍ଷ୍ମୀ ନାରାୟଣ ନାୟକ, ସଂଗଠିକା ସସ୍ମିତା ବେହେରା, ବିନତୀ ପ୍ରଧାନ , ବିକ୍ରମ କେଶରୀ ବାରିକ୍, କୁଞ୍ଜମୋହନ ସେଠୀ, କୃଷ୍ଣଚନ୍ଦ୍ର ବାରିକ , କେଶବ ସେଠୀ, ରବିନାରାୟଣ ପଟ୍ଟନାୟକ ସହିତ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ପ୍ରଖଣ୍ଡ ସଭାପତି ଦିବାକର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Leave A Reply