ସାଲେପୁର : ସାଲେପୁର ବ୍ଲକ୍ରେ ବ୍ୟାପକ ଦୁର୍ନୀତି ଓ ବ୍ଲକ୍ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି ନେଇ ସି.ପି.ଆଇ. ପକ୍ଷରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ
ସାଲେପୁର : ସାଲେପୁର ବ୍ଲକ୍ରେ ବ୍ୟାପକ ଦୁର୍ନୀତି, ପଞ୍ଚାୟତ ସମିତି ବୈଠକ ନିୟମିତ ନବସିବା, ବିନା ଷ୍ଟାଣ୍ଡିଂ କମିଟି ଗଠନରେ ସରକାରୀ ଅର୍ଥ ଖର୍ଚ୍ଚ କରିବା ପ୍ରତିବାଦରେ ଆଜି ସି.ପି.ଆଇ. ପକ୍ଷରୁ ସାଲେପୁର ବ୍ଲକ୍ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।
ସି.ପି.ଆଇ. ନେତା ତଥା ମୁତାରିଫା ସମିତିସଭ୍ୟ ଉଦୟ କେଶରୀ ବର୍ମା ଓ କଂଗ୍ରେସ ନେତା ତଥା ସାଲେପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ କରଙ୍କ ନେତୃତ୍ୱରେ ଆଜି ସାଲେପୁର ବ୍ଲକ୍ରେ ବହୁ ସି.ପି.ଆଇ. କର୍ମୀ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସାଲେପୁର ବ୍ଲକ୍ରେ ହେଉଥିବା ବ୍ୟାପକ ଦୁର୍ନୀତି, ପଞ୍ଚାୟତ ସମିତି ବୈଠକର ରିଜୋଲୁ୍ୟସନ୍ କପି ନିୟମିତ ପ୍ରଦାନ ନକରିବା, ସାଲେପୁର ବ୍ଲକ୍ର ପଦ୍ମପୁର ଆଠମାଣିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଏହି ରାସ୍ତାରେ ଥିବା ୨ଟି ପୋଲ ଦବିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମରାମତି କରାନଯିବା, ସାଲେପୁର ବ୍ଲକ୍ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି ସମେତ ବିଭିନ୍ନ ସମସ୍ୟା ନେଇ ସି.ପି.ଆଇ. ପକ୍ଷରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ସାଲେପୁର ବିଡ଼ିଓ ଦେବରାଜ ସେଠୀଙ୍କୁ ପ୍ରଦାନ କରାଯାଇଛି । ଯଦି ତୁରନ୍ତ ଏହି ଦାବିଗୁଡ଼ିକ ପୂରଣ କରାନଯାଏ, ତେବେ ସି.ପି.ଆଇ. ପକ୍ଷରୁ ବ୍ଲକ୍ ସମ୍ମୁଖରେ ଅନଶନରେ ବସିବେ ବୋଲି ଜଣାଇଛନ୍ତି ।
ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ. ନେତା ତ୍ରୈଲୋକ୍ୟ ନାଥ, ଆଦିକନ୍ଦ ମଲ୍ଲିକ, କୁନିଆ ଦାସ, ଝରି ଭୋଇ, ବିଶିଷ୍ଟ ବାମପନ୍ଥୀ ନେତା ରଂଜନ ଓଝା, ଝିଲ୍ଲୀ ମାର୍ଦ୍ଧା, ପ୍ରଭାତ ମଲ୍ଲିକ, ଶିକ୍ଷାବିତ୍ ରବିନ୍ଦ୍ର ଖଟୁଆ, ଚରଣ ସାହୁଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ