ସାଲେପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ
ସାଲେପୁର : ଆଜି ସାଲେପୁର ବ୍ଲକ୍ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଚୀନ୍ ସାମଗ୍ରୀ ବ୍ୟବହାର ନକରିବାପାଇଁ ସ୍ଥାନୀୟ ଜନସାଧାରଣମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଗଲ୍ୱାଲ୍ଠାରେ ଶହୀଦ୍ ହୋଇଥିବା ୨୦ଜଣ ବୀର ଯବାନ୍ଙ୍କ ଉଦେ୍ଦଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା କରାଯାଇଛି ।
ପ୍ରକାଶ ଯେ ଗତ କିଛିଦିନ ତଳେ ଚୀନ୍ର ବିଶ୍ୱାସଘାତକତା ଯୋଗୁ ସୀମାରୋ ଭାରତର ୨୦ଜଣ ଯବାନଙ୍କୁ ଶହୀଦ କରିବା ପ୍ରତିବାଦରେ ଆଜି ସାଲେପୁର ବିଜେପି ଯୁବମୋର୍ଚ୍ଚାର ସଭାପତି ସୁଜିତ୍ କୁମାର ମହାରଣାଙ୍କ ନେତୃତ୍ୱରେ ବିଜେପି ନେତା କୁଂଜମୋହନ ସେଠୀ, ସାଲେପୁର ମଣ୍ଡଳ ସଭାପତି ସରୋଜ କୁମାର କର, ରାଇସୁଙ୍ଗୁଡ଼ା ସଭାପତି ନୟନାଭିରାମ ବିଭୁତିଭୂଷଣ ଭାନୁପ୍ରତାପ ଦାଶ, ପ୍ରମୋଦ କୁମାର ଦାଶ, ବିଭୁତିଭୂଷଣ ପାତ୍ର, ଶେକ୍ ପୀର ବକ୍ସ, ରୁଦ୍ରପ୍ରସାଦ ମିଶ୍ର, ସମ୍ରାଟ କେଶରୀ ଲେଙ୍କା, ଅଶ୍ୱିନୀ କୁମାର ଦାସ, ସନ୍ତୋଷ କୁମାର ଭୂୟାଁ, ଯୁବନେତା ଶ୍ରୀକାନ୍ତ ପଣ୍ଡା, ରଘୁପତି ରାଉତଙ୍କ ସମେତ ବହୁ ବିଜେପି କର୍ମୀ ସାଲେପୁର ତହସିଲ ଗେଟ୍ ନିକଟରେ ଏକତ୍ରିତ ହୋଇ ଭାରତମାତାକି ଜୟ, ବୀର ଶହୀଦ ଯବାନ ଅମର ରହେ, ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ମୁର୍ଦ୍ଦାବାଦ୍ ଆଦି ନାରା ଦେଇ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସେହିପରି ଚୀନ୍ ଭାରତ ସୀମାରେ ଶହୀଦ ହୋଇଥିବା ୨୦ଜଣ ବୀର ଶହୀଦଙ୍କ ଉଦେ୍ଦଶ୍ୟରେ କ୍ୟାଣ୍ଡେଲ ଜାଳି ନୀରବ ପ୍ରାର୍ଥନା କରିଥିଲେ । (