Odisha news

ଖଇରା : ମୃତ ଚାଷୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ କଲେ ମନ୍ତ୍ରୀ

0

ଖଇରା : ବାଲେଶ୍ୱର ଜିଲା ଖଇରା  ବ୍ଲକ ର ମୃତ ବରଣ କରିଥିବା ଆଳଦା ଗ୍ରାମର ଚାଷୀ ବିଜୟ ମହାରଥାଙ୍କ ପତ୍ନୀ ଜୟନ୍ତୀଙ୍କୁ ସୋମବାର ଖଇରା ସମବାୟ ସମିତି ତରଫରୁ ୫ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରାଯାଇଛି ।  ଏହି ଅବସରରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖା ର ପରିଚାଳକ ସଞ୍ଜୟ କୁମାର ମହାନ୍ତି ଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ସମସ୍ତ ଚାଷୀ ନିର୍ଦ୍ଧାରିତ ବିମା କିସ୍ତି ଦେଇ ଏହାର ସୁଫଳ ନେବାକୁ କହିଥିଲେ ।

ସମବାୟ ବ୍ୟାଙ୍କ ନିଦେ୍ର୍ଦଶିକା ଅସ୍ମିତା ନାୟକ,ସମବାୟ ସମିତି ସମ୍ପାଦକ ଶ୍ରୀକାନ୍ତ ପଲେଇ,ସରପଞ୍ଚ ସୁଦର୍ଶନ ସେଠୀ,ରଶ୍ମିତା ମହାପାତ୍ର,ଶଶାଙ୍କ ଶେଖର ମହାପାତ୍ର,ବ୍ରଜକିଶୋର ସ୍ୱାଇଁ, ଉଦୟ କୁମାର ରାଉତ,ପ୍ରହଲ୍ଲାଦ ଧର,ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି ଚାଷୀ ବିଜୟ ୨୦୧୯ମସିହା ଅକ୍ଟୋବର ୪ତାରିଖରେ ସାପ କାମୁଡାରେ ପ୍ରାଣ ହରାଇଥିଲେ । ଫଟୋ-ଖଇରା୧-ମୃତ ଚାଷୀଙ୍କ ପତ୍ନୀକୁ ସହୟାତା ପ୍ରଦାନ କରାଯାଉଛି ।

Leave A Reply