Odisha news

ଖଇରା : ଗଡପୋଖରୀ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ବୃକ୍ଷରୋପଣ

0

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସୋମବାର ପ୍ରବାସୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ଦକ୍ଷିଣରାୟ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗଜେନ୍ଦ୍ର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

୨୨ଜଣ ପ୍ରବାସୀଙ୍କ ଦ୍ୱରା ୫୦ରୁ ଉର୍ଦ୍ଧ ଡାଳିମ୍ବ,ଦେବଦାରୁ,ସୁନାରୀ ଇତ୍ୟାଦି ଗଛ ଲଗାଯାଇଥିଲା । ପରିବେଶର ସୁରକ୍ଷା ପାଇଁ ପ୍ରବାସୀ ମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଫଟୋ-ଖଇରା୨- ପ୍ରବାସୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଉଛି ।

Leave A Reply