ସାଲେପୁର(୧୭-୩):-ନିର୍ବାଚନ ଆଚରଣ ବିଧି ଅନୁସାରେ ସରକାରୀ ଜମି ଉପରେ ଥିବା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଫଟ ଥିବା ପୋଷ୍ଟର ହଟାଯାଇଛି ।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ୧୬-୩-୨୪ତାରିଖ ଠାରୁ ୬-୬-୨୪ ପର୍ଯ୍ୟନ୍ତ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି ।ଏହି ପରିପ୍ରେକ୍ଷୀରେ ସାଲେପୁର ତହସିଲ ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଆଜି ଆଡିସନାଲ ତହସିଲଦାର ଶିଶିର କୁମାର ରାଉତଙ୍କ ନେତୃତ୍ୱରେ ସାଲେପୁର ବଜାର ଠାରୁ ଶିଶୁଆ ପର୍ଯ୍ୟନ୍ତ ସରକାରୀ ଜାଗାରେ ମୁଖ୍ୟ ରାସ୍ତା କଡରେ ଥିବା ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କର ଫଟ ଥିବା ୪୦ରୁ ଉର୍ଦ୍ଧ୍ବ ପୋଷ୍ଟର, ବ୍ୟାନର, ହୋଡିଂ ଆଦିକୁ ହଟାଇ ଦିଆଯାଇଛି।ସାଲେପୁର ତହସିଲ ଓ ବ୍ଳକ ଅଞ୍ଚଳରେ ସରକାରୀ ଜାଗାରେ ଥିବା ସମସ୍ତ ରାଜନୈତିକ ଦଳ ଓ ବ୍ୟକ୍ତି ମାନଙ୍କର ଫଟ ଥିବା ପୋଷ୍ଟର, ବ୍ୟାନର ,ହୋଡିଂକୁ ହଟାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ଆଜିର ଏହି ଟିମରେ ରେଭିଁନ୍ୟୁ ଇନିସ୍ପେକ୍ଟର ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ରହିଥିଲେ।