Odisha news

ନବ ବିବାହିତ ଓ.ଆଇ.ଏସ୍.ଏଫ୍. ଯବାନ୍ ଙ୍କ ସନ୍ଦେହ ଜନକ ମୃତ୍ୟୁ

0

ସାଲେପୁର : ସାଲେପୁର ଅଞ୍ଚଳର ତଥା ବରହମ୍ପୁରଠାରେ ଓ.ଆଇ.ଏସ୍.ଫ୍. ଯବାନ ରୂପେ କାର୍ଯ୍ୟରତ ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ଏକ ଗୃହ ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ସଂପୃକ୍ତ ଯୁବକର ମୃତୁ୍ୟକୁ ନେଇ ତାଙ୍କ ପରିବାର ସଦସ୍ୟମାନେ ସନେ୍ଦହ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗ୍ରାମର ହେମନ୍ତ କୁମାର ଭୋଇଙ୍କ ପୁତ୍ର ସୁଲିପ୍ତ ଭୋଇ(୨୭) ବରହମ୍ପୁରଠାରେ ଓ.ଆଇ.ଏସ୍.ଏଫ୍. ଯବାନ ଭାବେ କାର୍ଯ୍ୟ କରୁଥିବାବେଳେ ଆଜି ସକାଳୁ ତାଙ୍କ ପରିବାରବର୍ଗ ଖବର ପାଇଲେ ଯେ ସେ ରହୁଥିବା ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ।

କିନ୍ତୁ ତାଙ୍କ ପାଦ ଦୁଇଟି ତଳେ ଲାଗିଥିବାରୁ ତାଙ୍କ ମୃତୁ୍ୟକୁ ନେଇ ତାଙ୍କ ପରିବାର ଲୋକେ ସନେ୍ଦହ ପ୍ରକାଶ କରିଛନ୍ତି । ଆଜି ତାଙ୍କ ପରିବାରବର୍ଗ ବରହମ୍ପୁରରେ ପହଞ୍ଚô ତାଙ୍କ ଶବ ବ୍ୟବଚ୍ଛେଦ କରାଇ ଲୁଣାହାରକୁ ଆଣୁଛନ୍ତି । ଅପର ପକ୍ଷରେ ମୃତ ସୁଲିପ୍ତ ଲକ୍ଡାଉନ୍ରେ ବିବାହ କରିଥିବାବେଳେ ତାଙ୍କ ନବବିବାହିତା ପତ୍ନୀ ଏବେ ତାଙ୍କ ବାପ ଘରେ ଥିବା ଜଣାଯାଇଛି । ସୁଲିପ୍ତର ମୃତୁ୍ୟକୁ ନେଇ ତାଙ୍କ ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି ।

Leave A Reply