ସାଲେପୁର : ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସା ଅଭାବରୁ ନବଜାତ ଶିଶୁର ମୃତୁ୍ୟ ଘଟିଥିବା ଅଭିଯୋଗର ତଦନ୍ତ ଆଜି ସାଲେପୁର ପୁଲିସ ଆରମ୍ଭ କରିଛି । ପ୍ରକାଶ ଯେ ଗତକାଲି ସାଲେପୁରସ୍ଥିତ ସପନପୁର ଗ୍ରାମରେ ଥିବା ହେଲ୍ଥକେୟାର ନର୍ସିଂହୋମ୍ରେ ଜଣେ ନବଜାତ ଶିଶୁର ଚିକିତ୍ସା ଅଭାବରୁ ମୃତୁ୍ୟ ଘଟିଛି ବୋଲି ନବଜାତ ଶିଶୁର ପିତା ମାହାଙ୍ଗା ଅଞ୍ଚଳ ମଲ୍ଲିକପୁର ଗ୍ରାମର ସେଖ୍ ସାହେଜ ଉଦ୍ଦିନ ଏ ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଏ ସଂପର୍କରେ ଥାନା କେଶ୍ ନଂ-୨୯୩/୨୦୨୦ରେ ଏକ ମାମଲା ରୁଜୁ କରି ଆଜି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।