Odisha news

ପାଗଳ ମାଙ୍କଡ଼ କାମୁଡ଼ାରେ ବୃଦ୍ଧାଙ୍କ ସମେତ ୩ରୁ ଉଦ୍ଧ୍ୱର୍ ଆହତ

0

ସାଲେପୁର : ତିନି ଚାରି ଦିନ ହେବ ଶାରଦା ଅଞ୍ଚଳରେ ପାଗଳ ମାଙ୍କଡ଼ କାମୁଡ଼ାରେ ୩ରୁ ଉଦ୍ଧ୍ୱର୍ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ଏହି ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଦେଖି ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ଭୟରେ ତାଟି କବାଟ ପକାଉଥିବା ଦେଖିବାକୁ ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ସଉରୀ ପଞ୍ଚାୟତର ଶାରଦା ଗ୍ରାମରେ ଏକ ମାଙ୍କଡ଼ ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ରକ୍ତାକ୍ତ କରିପକାଉଥିବାରୁ ଏହି ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ମାଙ୍କଡ଼କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ମାଙ୍କଡ଼ କାମୁଡ଼ାରେ ଶାରଦା ଗ୍ରାମର କମଳା ଦେଈ(୭୦), ପ୍ରଫୁଲ୍ଲ ସାହୁ(୪୦), ପ୍ରଭାତୀ ନାୟକ ଆହତ ହୋଇ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ଯାଇଥିବା ଜଣାଯାଇଛି ।

ସେହିପରି ଅନ୍ୟ କେତେକ ଗ୍ରାମବାସୀ ଓ ଗୋରୁଗାଈ ଏହି ମାଙ୍କଡ଼ ଆକ୍ରମଣରେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । କିଛି ଦିନ ହେବ ଏହି ମାଙ୍କଡ଼ଙ୍କୁ ନେଇ ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ମାଙ୍କଡ଼ ଭୟରେ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁନଥିବାବେଳେ କେତେକ ଲୋକେ ଘରେ ତାଟି କବାଟ ପକାଇ ଦେଉଛନ୍ତି । ଏହି ମାଙ୍କଡ଼ ଦାଉରୁ ରକ୍ଷା ପାଇବାପାଇଁ ସ୍ଥାନୀୟ ଗ୍ରାମବାସୀମାନେ ତହସିଲଦାର ସାଲେପୁର ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଇଂ. ଉଦ୍ଧବ ଚରଣ ନାୟକ, ଅଲେଖ ଚନ୍ଦ୍ର ନାୟକ, ସୁଧେରନ୍ଦ୍ର ଜେନା, ଅକ୍ଷୟ କୁମାର ରାଉତ ପ୍ରମୁଖ ଦାବି କରିଛନ୍ତି ।

Leave A Reply