ସାଲେପୁର :  ଅବକାରୀ ଅଧିକ୍ଷକ ଅଶୋକ କୁମାର ଶତପଥୀଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଅମିତା ପ୍ରଧାନ ଓ ଉପ-ନିରୀକ୍ଷକ ଏସ୍.ସୀମାଞ୍ଚଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪୦ଲିଟରରୁ ଉଦ୍ଧ୍ୱର୍ ଦେଶୀ ମଦ ଜବତ କରାଯିବା ସହ ୪୦ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

ପ୍ରକାଶ ଯେ ସାଲେପୁର ଅବକାରୀ ବିଭାଗ ଅଧିନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟୁଥିବା ଅଭିଯୋଗ ହୋଇଆସୁଥିଲା ।

ଅଭିଯୋଗକୁ ଆଖିଆଗରେ ରଖି ଅବକାରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଆଜି ନିଶ୍ଚିନ୍ତକୋଇଲି ଓ ସାଲେପୁର ଅବକାରୀ ବିଭାଗର ମିଳିତ ସହଯୋଗରେ ସାଲେପୁର ବ୍ଲକ୍ର ଶିଶୁଆ ବଜାର ନିକଟରେ ଚୋରା ଦେଶୀ ମଦ ନେଉଥିବାବେଳେ କିଶନନଗର ଥାନା ଅଞ୍ଚଳର ମହନୀ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୫ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ରାଘବପୁର ଗ୍ରାମ ନିକଟରେ କିଶନନଗର ଥାନା ଅଞ୍ଚଳର କାହ୍ନୁ ମାହାଳିଙ୍କ ଠାରୁ ୮ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି ।

ସେହିପରି ମାହାଙ୍ଗା ଥାନା ଅନ୍ତର୍ଗତ ମଉଦା ଗ୍ରାମର ଶିବ ପ୍ରସାଦ ବେହେରାଙ୍କ ନିକଟରୁ ୧୦ଲିଟର ଏବଂ ଦୋଳଗୋବିନ୍ଦ ପରିଡ଼ାଙ୍କ ଠାରୁ ୧୨ଲିଟର ଦେଶୀ ମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଜଣାଯାଇଛି । ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଉପନିରୀକ୍ଷକ ରାଜକିଶୋର ଜେନା, ସହ-ଉପନିରୀକ୍ଷକ ଶରତ ଚନ୍ଦ୍ର ଜେନା, ଅବକାରୀ କନେଷ୍ଟବଳ ସନାତନ ବେହେରା, ସୁନିଲ କୁମାର ବଳ, ପୂର୍ଣ୍ଣେଶ୍ୱର ମାଝି, ଦମୟନ୍ତୀ ଲେଙ୍କା ସାମିଲ ଥିଲେ

LEAVE A REPLY

Please enter your comment!
Please enter your name here