ସାଲେପୁର : ସାଲେପୁର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାରଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତକାଲି ଅନ୍ୟଦୁଇଜଣ କର୍ମଚାରୀଙ୍କର ପଜିଟିଭ୍ ଚିହ୍ନଟ ହେବା ପରେ ସାଲେପୁର ତହସିଲଦାର ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍ କରିବାପାଇଁ ୨ଦିନ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ପ୍ରକାଶ ଯେ ସାଲେପୁର ତହସିଲ କାର୍ଯ୍ୟାଳୟରେ ୨ଦିନ ତଳେ ଅତିରିକ୍ତ ତହସିଲଦାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତକାଲି ଅନ୍ୟ ୨ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମଣକୁ ଆଖିଆଗରେ ରଖି ଆଜି ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓ ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍ କରିବା ଉଦେ୍ଦଶ୍ୟରେ ୮ ଓ ୯ତାରିଖ ଦୁଇ ଦିନ ପାଇଁ ତହସିଲ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଚିଠି ନଂ-୨୬୭୪ରେ ଘୋଷଣା କରିଥିବା ଉପଜିଲ୍ଲାପାଳ ସଦର କଟକଙ୍କୁ ଜଣାଇବା ସହ ସାଲେପୁର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜଣାଯାଇଛି । ଏହା ସହିତ ତହସିଲର କୌଣସି କର୍ମଚାରୀ ହେଡ୍ କ୍ୱାର୍ଟର ଛାଡି ନଯିବାପାଇଁ ସ୍ପଷ୍ଟ ନିର୍ଦେଶ ଦିଆଯାଇଥିବାବେଳେ ସମସ୍ତେ ମୋବାଇଲ୍ ଫୋନ୍ ଅନ୍ ରଖିବାପାଇଁ ତହସିଲଦାର ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here