Odisha news

ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ- ବେପାରି ଗିରଫ

0
ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ପକ୍ଷରୁ ଚଢ଼ାଉ ସମୟରେ ଜୈନିକ ବ୍ରାଉନ ସୁଗାର ବେପାରୀ ଗିରଫ ଓ କୋର୍ଟ ଚାଲାଣ  ହୋଇଅଛି  ବେଆଇନ ନିଶା କାରବାର ପାଇଁ ସତ୍ୟବାଦୀ ଥାନାରେ ଅଭିଯୁକ୍ତ ବିରୋଧ ରେ ୧୯/୨୪ ଏନ  ଡି ପି ଏସ  ଆଇନ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ। ସମଗ୍ର ରାଜ୍ୟରେ ଚୋରା ବ୍ରାଉନ ସୁଗାର କାରବାର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକାଂଶ ଯୁବପିଢ଼ି ଏହି କାରବାର ରେ ଲିପ୍ତ ହେବା ସହ ନିଜେ ମଧ୍ୟ ଏହି ନିଶାର ଶିକାର ହେଉଛନ୍ତି ।  ସତ୍ୟବାଦୀ  ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳ  ପାଲଟିଅଛି  । ଏଠାକୁ ଭିନ୍ନ ଭିନ୍ନ  କାଇଦାରେ ବିଭିନ୍ନ ଅଞ୍ଚଳରୁ  ନିଶା ବେପାରୀ ମାନେ ଏହି ନିଶାକୁ ଯୁବ ପିଢ଼ିଙ୍କ ଦ୍ୱାରା ସତ୍ୟବାଦୀରରେ ପ୍ରବେଶ କରାଉଛନ୍ତି।ଯାହା ବୁଦ୍ଧିଜୀବୀ ଙ୍କ ଚିନ୍ତା ର କାରଣ ପାଲଟିଛି। ଏହାକୁ ରୋକିବା ପାଇଁ ପୁରୀ ଏସପି ଙ୍କ ନିର୍ଦ୍ଦେଶ ରେ ସତ୍ୟବାଦୀ  ପୋଲିସର ବିଭିନ୍ନ ଅଞ୍ଚଳରେ ନିୟମିତ ଚଢ଼ାଉ  ହେଉଅଛି । ମିଳିଥିବା ସୂଚନା ଅନୁଯାୟୀ ୧୨ ତାରିଖ ଦିନ ଏକ ଵିଶେଷ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଥାନାର ଏଏସଆଇ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ ସାକ୍ଷୀଗୋପାଳ ବଜାର ଠାରୁ ଅହମ୍ମଦପୁର କେନାଲ ରାସ୍ତାରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଚଉଦ ମାଣ ସାହିର   କାବୁ ମହାରଣା (କାବୁନି) ୨୪ କୁ ପଚରା ଉଚରା କରିଥିଲେ । କଥାରେ ସନ୍ଦେହ ହେବାରୁ ପୋଲିସ ତାକୁ ନିଜ ହେପାଜତକୁ ନେଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ  କାବୁ ନିକଟରୁ ୧୫ ଗ୍ରାମ ବ୍ରାଉନ ସୁଗାର ଓ ଏହାକୁ ପୁଡ଼ିଆ କରି ବେପାର କରିବା ଉଦେଶ୍ୟରେ ରଖିଥିବା  ସାମଗ୍ରୀ ,ଏକ ମୋବାଇଲ ଫୋନ  ,ନଗଦ ଅର୍ଥ ୨୬୦ ଟଙ୍କାକୁ ପୋଲିସ ଜବତ କରିଥିଲା । ତେଣୁ  ବେଆଇନ ନିଶାଦ୍ରବ୍ୟ କାରବାର ପାଇଁ ଅଭିଯୁକ୍ତ ବିରୋଧରେ ୧୯/୨୪  ଏନ  ଡି ପି ଏସ  ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ କାବୁକୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ସତ୍ୟବାଦୀ ଥାନା ଅଧିକାରୀ  ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ସତ୍ୟବାଦୀର ଅଞ୍ଚଳରୁ ଏଇ କିଛି ମାସ ଭିତରେ ୭୦ କେଜି ଗଞ୍ଜେଇ ଓ ୯୬ ଗ୍ରାମର ବ୍ରାଉନୁ ସୁଗାର ପୋଲିସ ଜବତ କରିବା ସହିତ ବ୍ରାଉନ ସୁଗାର ପେଡ଼ାଲରେ ସମ୍ପୃକ୍ତ ୭ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଗକୁ ବ୍ରାଉନ ସୁଗାର ଓ ଚୋରା ନିଶା କାରବାର ସହିତ ଏହି ପେଡାଲ ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚଢ଼ାଉ ଜାରିରହିବ ବୋଲି ଏସଡିପିଓ ବିରଞ୍ଚି ନାରାୟଣ  ପତି  ଓ ଥାନା ଅଧିକାରୀ ବିଜୟ କେତନ ବେହେରା ପ୍ରକାଶ କରିଛନ୍ତି।

Leave A Reply