କୋଣାର୍କ, ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦଶମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ ହୋଇଯାଇଛି। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ,ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ତାନରୁ ବିଶିଷ୍ଟ କବି ଓ କବୟତ୍ରୀମାନେ ଯୋଗଦେଇଥିଲେ। ଏହି ଉତ୍ସବ କବି ଓ ଲେଖକ ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ହୋଇଥିଲା। ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାଶ,ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ,ସୁପ୍ରିୟା ପଟ୍ଟନାୟକ,ମନୋରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ସାରା ବିଶ୍ବ ଓ ଭାରତରେ କବିତାର ସ୍ଥାନ ସ୍ଵତନ୍ତ୍ର ବୋଲି କହିଥିଲେ । ଏଥିରେ ଇଂରାଜୀ, ଓଡ଼ିଆ କବିତା, ଭାରତୀୟ କବିତା, ଆଦିବାସୀ କବିତା, ପ୍ରେମ କବିତା,ସମସାମୟିକ ଓଡ଼ିଆ କବିତା ଆଦି ସ୍ଥାନ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ଶେଷ ସାମୟିକ ପତ୍ରିକା ଚନ୍ଦ୍ରଭାଗା ଶୁଭ ଉନ୍ମୋଚନ ହୋଇଥିଲା। କବି ଆଶୁତୋଷ ପରିଡ଼ା, ପବିତ୍ର ମୋହନ ଦାଶ,ସବିତା ସିଂ,ଚିରଶ୍ରୀ ଇନ୍ଦ୍ର ସିଂକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ସବିତା ସିଂ ସଂଚାଳନ କରିଥିଲେ। ରବିବାର ଏହି ଉତ୍ସବ ଉଦଯାପିତ ହେବ। (ଫଟୋ)