Odisha news

କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ବେତନଟୀ ରେଳ ଷ୍ଟେସନରେ ସବ ୱେ ଶିଳାନ୍ୟାସ

0
ବେତନଟୀ :  କେନ୍ଦ୍ର ସରକାରଙ୍କ ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦ୍ୱାରା ଆଜି ଅପରାହ୍ନରେ ବେତନଟୀ ରେଳ ଷ୍ଟେସନ ଠାରେ ଅଣ୍ଡର ପାସ ( ସବୱେ) ର ଭିତ୍ତି ପ୍ରସ୍ଥ ସ୍ଥାପନ କରା ଯାଇଛି। ବେତନଟୀ ସହର ଓ ଅଞ୍ଚଳ ବାସୀଙ୍କର ଏକ ସ୍ଥାୟୀ ପ୍ରତିବନ୍ଧକ ଓ ସମସ୍ୟା ଭାବେ ରହି ଆସିଥିଲା ଏବଂ ବେତନଟୀ ପୁରାତନ ବସ ଷ୍ଟାଣ୍ଡ ରାସ୍ତାରୁ ଆନନ୍ଦ ବଜାର କୁ ବିଛିନ୍ନ କରିବା ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଯାତାୟାତ ପାଇଁ ଭୋଗ କରି ଆସୁଥିଲେ। ସହରର ବ୍ୟବସାୟ ଠାରୁ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଯାନ ବାହାନ ମଧ୍ୟ ରେଳ ଫାଟକ ପାଇଁ ଅଟକି ରହି ଆସୁଥିଲା । ଏହି ସ୍ଥାୟୀ ସମସ୍ୟାର ସମାଧାନ ହୋଇ ପାରିବା ସହିତ ସବୱେ ର ନିର୍ମାଣ ଶେଷ ହେଲେ ଦୁଇଟି ମାର୍କେଟ କୁ ସଂଯୋଗ କରିବା ସହିତ ଯାତାୟାତ ରେ ପ୍ରତିବନ୍ଧକ ରହିବ ନାହିଁ। ସେହିପରି ବ୍ରଡଗ୍ୟାଜ ହେବା ପରେ ବେତନଟୀ ରେଳ ଷ୍ଟେସନ ପରିବର୍ତ୍ତେ ପାସେଞ୍ଜର ହଲଟ ଭାବେ ରହି ଆସିଥିବା ହେତୁ କମିଶନ ଏଜେଣ୍ଟ ମାଧ୍ୟମରେ ରେଳ ଟିକେଟ ବିକ୍ରି ହୋଇ ଆସୁଥିଲା। ଅମୃତ ଭାରତ ଯୋଜନାରେ ବେତନଟୀ ରେଳ ଷ୍ଟେସନ ର ପୁର୍ନବିନ୍ୟାସ କାର୍ଯ୍ୟ ଚାଲୁ ହେବା ସହିତ ନୂତନ ରେଳ ଷ୍ଟେସନ ବିଲଡିଂ ଏବଂ କମ୍ପ୍ୟୁଟରାଇଜଡ ରେଳ ଟିକେଟ ସଂରକ୍ଷଣ ବ୍ୟବସ୍ଥା କୁ ଆଜି ରେଳମନ୍ତ୍ରୀ ଏଠାରେ ଉଦଘାଟନ କରିଥିଲେ। ଏହି ସବୱେ ଓ ରେଳ ଟିକେଟ ସଂରକ୍ଷଣ ବ୍ୟବସ୍ଥା କୁ ଉଦଘାଟନ କରିବା  ଉପଲକ୍ଷେ ଏକ ଉଦଘାଟନ ଉତ୍ସବର ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସମେତ କେନ୍ଦ୍ର ଜଳ ସଂପଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ ବାଲେଶ୍ଵର ସାଂସଦ  ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଡ଼ ସାହି ବିଧାୟକ ସନାତନ ବିଜୁଳି ବାରିପଦା ବିଧାୟକ ପ୍ରକାଶ ସୋରେନ ଦକ୍ଷିଣପୂର୍ବ ରେଳବାଇ ଡିଭିଜନ ର ଜେନେରାଲ ମ୍ୟାନେଜର ଅନୀଲ କୁମାର ମିଶ୍ରା ଙ୍କ ସହିତ ଡିଆରଏମ କେ ଆର ଚୌଧୁରୀ ଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ମାନେ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାରେ ରେଳବାଇ ପକ୍ଷରୁ ଯେଉଁ ସବୁ କାର୍ଯ୍ୟର ଆବଶ୍ୟକତା ରହିଛି ସେ ସବୁ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସମାବେଶରେ ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା ବାଲେଶ୍ଵର ସାଂସଦ ଙ୍କର ପ୍ରତିନିଧି ପ୍ରଦୀପ କୁମାର ପରିଡା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା  ପ୍ରମୁଖ ଏହି  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply