Odisha news

ଅର୍ପଣ ରଥ ଵନ୍ଦେଇଵା ବେଳେ ଦୀପ ନିଆଁରେ ପୋଡ଼ି ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ।

0
ଆଠଗଡ଼ ତା ୧୩ -୦୧-୨୪ ଆଠଗଡ଼ ବ୍ଲକ ରେ ଅର୍ପଣ ରଥ ଶୁଭାରମ୍ଭ ଦିନ ଅଘଟଣ। ବ୍ଲକ ପ୍ରଶାସନ ର ବେପରୁଆ ମନୋଭାବ ପାଇଁ ଜଣେ ନିରିହ ମହିଳା ଙ୍କ ମୃତ୍ୟୁ ହୋଇଛି।  ଅର୍ପଣ ରଥ ବନ୍ଦାପନା କରୁଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଆହତ ହୋଇ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ   ଅର୍ପଣ ରଥ  ଆଠଗଡ଼ ବ୍ଲକ ବଡଭୂଇଁ ପଞ୍ଚାୟତ ଜାଗିଆପଡା ଗ୍ରାମ ରଘୁନାଥ ପାଟଣା ସାହିରେ ଏହି ଅର୍ପଣ ରଥକୁ ବନ୍ଦାଉଥିବା ସମୟରେ ଜଣେ ବୃଦ୍ଧାଙ୍କ ଶାଢୀରେ ନିଆଁ ଲାଗି ତାଙ୍କ ଶରୀରର ପ୍ରାୟ ଷାଠିଏ ପ୍ରତିଶତ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ  ଅଧିକ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ।। କିନ୍ତୁ ସେଠାରେ ସେ ଦୀର୍ଘ ଚାରି ଦିନ ଚିକିତ୍ସା ହୋଉଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ବଡଭୂଇଁ ପଞ୍ଚାୟତ ରଘୁନାଥ ପାଟଣା ଗ୍ରାମର ଗୋକୁଳାନନ୍ଦ ସାହୁଙ୍କ ସ୍ତ୍ରୀ ନିଶାମଣି ସାହୁ ବୋଲି ଜଣାପଡିଛି। ଭୁବନେଶ୍ଵର ଠାରେ ଶବ ବ୍ୟବଚ୍ଛେଦ କରି  ଶନିବାର ଦିନ ନିଜ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।ସେ ଜଣେ  ଧର୍ମ ପରାୟଣ,ଓ ସରଳ ଲୋକ ଥିବା ବେଳେ ଗ୍ରାମ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Nalco
Leave A Reply