Odisha news

ବଡ ସିଂହାର  ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ବର : ବୀର ରାମଚନ୍ଦ୍ର ପୁର ଧବଳେଶ୍ବର ଦେବଙ୍କ ପୀଠରେ  50  ହଜାରରୁ ଉର୍ଦ୍ଧ୍ୱ  ଭକ୍ତଙ୍କ ସମାଗମ

0
 ସାକ୍ଷୀଗୋପାଳ : ଗଜପତି ମହାରାଜ, ପୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ  ଆଦ୍ୟ ଶାସନ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ରପୁର ଶାସନ ଗ୍ରାମରେ  ଆଜି  ପବିତ୍ର ପଞ୍ଚକ ବ୍ରତ ର ତୃତୀୟ ଦିନରେ ବାବା ଧବଳେଶ୍ୱର ଦେବଙ୍କ ପୀଠରେ ବଡ ଓଷା ପାଳିତ ହୋଇଯାଇଛି । ବଡ଼ ଓଷା ଉପଲକ୍ଷେ ବାବା ଙ୍କ ପୀଠରେ  ହଜାର ହଜାର ଭକ୍ତଙ୍କର ଜନ ସମାଗମ  ହୋଇଥିଲା । ପ୍ରାତଃ ସମୟରୁ ବାବା ଧବଳେଶ୍ୱର ଙ୍କର ବଡ ଓଷା ନୀତିକାନ୍ତି ଯଥା ଦ୍ୱାର ଫିଟା, ୧୦୮ କଳସୀ ସୁବାଷିତ ଜଳରେ ଅଭିଷେକ, ଖେଚୁଡ଼ି ଭୋଗ ଆଦି ରୀତିନୀତି ଅନୁଷ୍ଠିତ  ହୋଇଥିଲା।  ଏହା ପରେ ବାବା ଭକ୍ତ ମାନଙ୍କୁ ବଡସିଂହାର  ବେଶରେ ଦର୍ଶନ ଦେଇଥିଲେ ।  ଏହି ଅବସରରେ ଧଵଳେଶ୍ବର ଙ୍କ ପୀଠରେ ଗଜ ଭୋଗ ପ୍ରସ୍ତୁତ କରାଯାଇ ବାବା ଙ୍କୁ ଅର୍ପଣ ମଧ୍ୟ କରାଯାଇଥିଲା ।  ଏଥି ସହିତ ଭକ୍ତ ଓ  ଶ୍ରଦ୍ଧାଳୁ ମାନେ  ଶାନ୍ତି ଓ ଶୃଙ୍ଖଳା ସହ ଦର୍ଶନ କରିପାରିବେ ସେଥିପାଇଁ  ବୀର ରାମଚନ୍ଦ୍ର ପୁର ଧବଳେଶ୍ବର କମିଟି ,ସତ୍ୟବାଦୀ  ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  କରାଯାଇଥିଲା । ପ୍ରତ୍ୟୁଷରୁ ବିଳମ୍ବିତ ରାତ୍ର  ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଲମ୍ବା ଧାଡିରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା  କରିଥିଲେ । ମନ୍ଦିର କୁ ରଙ୍ଗ ବେରଙ୍ଗ ଫୁଲ ଓ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଥିଲା । ପୀଠର ବାହାର ପରିସରରେ ଅନେକ ମନୋହରୀ ଦୋକାନ ,ଫାଷ୍ଟଫୁଡ଼ , ଘରକରଣା ଉପକରଣ ଦୋକାନ ରେ ଲୋକଙ୍କ କିଣାବିକା  ଲାଗି ରହିଥିଲା ।
Govt
Leave A Reply