ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ ଋଷି ସୁନକ ଙ୍କୁ ଭେଟିଲେ ଗ୍ଲୋବାଲ୍ ଓଡିଆ ନିବେଶକ
ଲଣ୍ଡନ୍,ୟୁକେ, ୨୫.୧୧.୨୦୨୩: ଭାରତ-ବ୍ରିଟେନ୍ ର ଅର୍ଥନୈତିକ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବିକାଶ ପାଇଁ ବିଶିଷ୍ଟ ଓଡିଆ ନିବେଶକ ଓ ଉଦ୍ୟୋଗୀ ଡ଼ ବିଶ୍ୱନାଥ ପଟ୍ଟନାୟକ ଏବଂ ଅରୁଣ କର, ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ ଆର୍ଟି ମାନ୍ୟବର ଋଷି ସୁନକଙ୍କୁ ଏକ ହାଏ-ପ୍ରୋଫାଇଲ୍ ଡିନର୍ ରେ ଭେଟିଥିଲେ । ଉଚ୍ଚ ସ୍ତରୀୟ ନିବେଶକଙ୍କ ପାଇଁ ଲଣ୍ଡନ୍ ରେ ଆୟୋଜିତ ହୋଇଥିବା ଏହି ହାଏ-ପ୍ରୋଫାଇଲ୍ ଡିନର୍ ରେ ଋଷି ସୁନକଙ୍କ କମିଟି ର ମୁଖ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ଏଥିରେ ଡ଼ ବିଶ୍ୱନାଥ ପଟ୍ଟନାୟକ ଏବଂ ଅରୁଣ କରଙ୍କୁ ମଧ୍ୟ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଏହି ବୈଠକରେ ବ୍ରିଟେନ୍ ଏବଂ ଓଡିଶା ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କର ଉଚ୍ଚାଭିଳାଷୀ ଯୋଜନା ବିଷୟରେ ଆଲୋଚନା କରି ଉଭୟ ଓଡିଆ ଉଦ୍ୟୋଗୀ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ଏବଂ ପୁଞ୍ଜି ବିନିଯୋଗରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନେଲେ ।
ଡ଼ ପଟ୍ଟନାୟକ, ଚେୟାରମ୍ୟାନ୍ ତଥା ମେଣ୍ଟର୍ ଏବଂ ଅରୁଣ କର ହେଉଛନ୍ତି ଫିନେଷ୍ଟ୍ ଗ୍ରୁପ୍ ଅଫ୍ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ, ଯାହା ବିଏନ୍ପି ଅଧିନରେ କାର୍ଯ୍ୟ କରୁଥିବା ଏକ ବିଶିଷ୍ଟ ଘରୋଇ ଇକ୍ୱିଟି ନିବେଶ ସଂସ୍ଥା । ଉକôର୍ଷ ଏବଂ ନୂତନତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ପାଇଁ ଫିନେଷ୍ଟ୍ ଗ୍ରୁପ୍ ମାର୍ଚ୍ଚ ୨୦୨୩ରେ ଫୋର୍ବସ୍ ମାଗାଜିନ୍ କଭର୍ ରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି ।
ନିକଟରେ ଓଡ଼ିଶା ଗସ୍ତ ସମୟରେ, ଉଭୟ ଓଡିଆ ଉଦ୍ୟୋଗୀ ରାଜ୍ୟ ର ପ୍ରମୁଖ କ୍ଷେତ୍ରଗୁଡିକୁ ପ୍ରୋସôାହିତ କରିବାକୁ ରହିଥିବା ପୁଞ୍ଜି ବିନିଯୋଗ ଯୋଜନା ପ୍ରସ୍ତୁତ କରିଥିଲେ:
୧. ଇଭି-ହାଇଡ୍ରୋଜେନ୍ ମାନୁ୍ୟଫ୍ୟାକ୍ଚରିଙ୍ଗ୍ ୟୁନିଟ୍: ଫିନେଷ୍ଟ୍ ଗ୍ରୁପ୍ ପ୍ରାୟ ୪୫୦ କୋଟି ଟଙ୍କା ବିନିଯୋଗ କରି ଓଡ଼ିଶାରେ ପ୍ରଥମ ଇଭି-ହାଇଡ୍ରୋଜେନ୍ ଅଟୋମେଟିକ୍ ମାନୁ୍ୟଫ୍ୟାକ୍ଚରିଙ୍ଗ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ଲାଣ୍ଟ୍ ପରିବେଶ ଅନୁକୂଳ ଏବଂ ବ୍ୟୟବହୁଳ ଯାନ ଉତ୍ପାଦନ କରିବ, କାର୍ବନ ନିର୍ଗମନ ଏବଂ ଫୋସିଲ୍ ଫୁୟେଲ୍ ଉପରେ ନିର୍ଭରଶୀଳତା କୁ ହ୍ରାସ କରିବାରେ ସହାୟକ ହେବ ।
୨. ବାୟୋଡିଗ୍ରେଡ୍ବେଲ୍ ବ୍ୟାଗ୍ କାରଖାନା: ୫୦ କୋଟି ଟଙ୍କା ବିନିଯୋଗ କରି ଫିନେଷ୍ଟ୍ ଗ୍ରୁପ୍ ଗୁଜୁରାଟ ଏବଂ ଓଡ଼ିଶାରେ ବାୟୋ ବ୍ୟାଗ୍ ତିଆରି ୟୁନିଟ୍ ସ୍ଥାପନ କରିବାକୁ ଯୋଜନା କରିଛି । ଏହି ୟୁନିଟ୍ ଗୁଡିକ ମକା ଷ୍ଟାର୍ଚ ଏବଂ ପ୍ରାକୃତିକ ସାମଗ୍ରୀରୁ ନିର୍ମିତ ବାୟୋଡିଗ୍ରେଡ୍ବେଲ୍ ବ୍ୟାଗ୍ ଉତ୍ପାଦନ କରିବେ, ଯାହା ପ୍ଲାଷ୍ଟିକ୍ ବ୍ୟାଗ୍ ପାଇଁ ଏକ ସ୍ଥାୟୀ ବିକଳ୍ପ ପ୍ରଦାନ କରି ପରିବେଶ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ହେଉଥିବା ଅସୁବିଧାର ସମାଧାନ କରିବ ।
୩. ଇଲେକ୍ଟ୍ରୋନିକ୍ସ୍ ମାନୁ୍ୟଫ୍ୟାକ୍ଚରିଙ୍ଗ୍ ଏବଂ ଡାଟା ସେଣ୍ଟର୍: ଡିଜିଟାଲ୍ ଉପକରଣ ଏବଂ ସର୍ଭିସ୍ ଗୁଡିକର ଚାହିଦାକୁ ଦୃଷ୍ଟିରେ ରଖି ଫିନେଷ୍ଟ୍ ଗ୍ରୁପ୍ ଓଡ଼ିଶାରେ ୩୦୦କୋଟି ଟଙ୍କା ବିନିଯୋଗ କରି ଏକ ଇଲେକ୍ଟ୍ରୋନିକ୍ସ୍ ମାନୁ୍ୟଫ୍ୟାକ୍ଚରିଙ୍ଗ୍ ଏବଂ ଡାଟା ସେଣ୍ଟର୍ ପ୍ରତିଷ୍ଠା କରିବ । ରୋଜଗାର ର ସୁଯୋଗ ଏବଂ ରାଜ୍ୟରେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ୍ କ୍ଷେତ୍ରର ବିକାଶ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ।
୪. କ୍ରୀଡା ଏକାଡେମୀ, ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ଏବଂ ମମତା ଦେବୀ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ସହିତ ଥିମ୍ ପାର୍କ: ଫିନେଷ୍ଟ୍ ଗ୍ରୁପ୍ ଓଡ଼ିଶାରେ ୫୦୦କୋଟି ଟଙ୍କା ବିନିଯୋଗ କରି କ୍ରୀଡା ଏକାଡେମୀ, ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ଏବଂ ମମତା ଦେବୀ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ସହିତ ଥିମ୍ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା କରିଛି । ଏହି ସମନ୍ୱିତ ସୁବିଧା ମନୋରଞ୍ଜନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବ । ଏହା ଲୋକଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ ଏବଂ ଦେଶ ବିଦେଶରୁ ବିଭିନ୍ନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।
ପ୍ରଧାନମନ୍ତ୍ରୀ ଋଷି ସୁନକ ଡ଼ ପଟ୍ଟନାୟକ ଏବଂ ଅରୁଣ କରଙ୍କ ଦୂରଦୃଷ୍ଟି ତଥା ଉସôର୍ଗୀକୃତତାକୁ ପ୍ରଶଂସା କରି ସେମାନଙ୍କର ନିବେଶ ଏବଂ ପ୍ରକଳ୍ପର ସୁବିଧା ପାଇଁ ବ୍ରିଟେନ୍ ସରକାରଙ୍କ ସହଯୋଗ ନିଶ୍ଚିତ କରିଛନ୍ତି । ସେ ଓଡିଆ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଶଂସା କରିଥିଲେ ଏବଂ ନିବେଶକମାନଙ୍କୁ ସହଭାଗିତାର ସୁଯୋଗ ଅନୁସନ୍ଧାନ ପାଇଁ ଆମନ୍ତ୍ରଣ ମଧ୍ୟ କରିଥିଲେ ।
ଡ଼ ପଟ୍ଟନାୟକ ଏବଂ ଅରୁଣ କର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକ ଆତିଥ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ବୈଠକରେ ସେମାନେ ସେମାନଙ୍କର ଆନନ୍ଦ ପ୍ରକାଶ କରି ବ୍ରିଟେନ୍ ଓ ଭାରତ ସମ୍ପର୍କକୁ ମଜବୁତ୍ କରିବାରେ ବ୍ରିଟେନ୍ ସରକାରଙ୍କ ସହଭାଗିତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।