Odisha news

ଗଡବାନ୍ଧଗୋଡା ଏବଂ ଅଳତି ସମବାୟ ସମିତି ପକ୍ଷରୁ  ୭୦ ତମ ସମବାୟ ସପ୍ତାହ ପାଳିତ ,ସମବାୟ ସହ ସକ୍ରିୟ ଭାବେ ଯୋଡି ହେବାକୁ ବିଧାୟକଙ୍କ ଆହ୍ବାନ

0
ଆନନ୍ଦପୁର : ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଆଜି ଗଡବାନ୍ଧଗୋଡା ଏବଂ ଅଳତି ସମିତି ପକ୍ଷରୁ ସମବାୟ ସପ୍ତାହ ପାଳନ ହୋଇଛି।ଗଡବାନ୍ଧଗୋଡା ସମିତି ସଭାପତି ଦେବପ୍ରିୟ ପାତ୍ରଙ୍କ ସଂଯୋଜନାରେ ମୂଖ୍ଯ ଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର,ଏଆର ଏସଏସ୍ ,ଅଜୟକୁମାର ସେଠୀ, ୧୨ ନମ୍ବର ଜିଲ୍ଲାପରିଷଦ ସଭ୍ଯ ସଂଜୟ ସେଠୀ,ସରପଞ୍ଚ ଶଶୀକାନ୍ତ ଜେନା,ସମିତି ସଭ୍ଯ ବିଜୟ ଜେନା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମନୋରଂଜନ ଦେଓ, ଦେବଦତ୍ତ ନାୟକ, ଉପ ସଭାପତି ଟିକନ ରାଉତ ପ୍ରମୂଖ ଉପସ୍ଥିତ ରହି ସମବାୟ ସପ୍ତାହ ପାଳନର ମୂଳ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ପକ୍ଷରୁ ସମବାୟ ସମିତି ମାଧ୍ଯମରେ ଦିଆ ଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସଦୁପଯୋଗ କରିବାକୁ ଜନ ସାଧାରଣ ମାନଙ୍କୁ ଆହ୍ବାନ ଦେଇଥିଲେ। ସମିତି ମାଧ୍ଯମରେ କୁକୁଡା,ବତକ,ପୋଖରି ଖନନ ସହିତ ମାଛ ଚାଷ ,ଜନୌଷଧି, ଗ୍ଯାସ ଏଜେନ୍ସି ପ୍ରଭୁତି ଋଣ ନେଇ ସ୍ବାବଲମ୍ବି ହେବାକୁ ପରାମର୍ଶ ଦିଆଯାଇଥିଲା।ଏତତ୍ ବ୍ଯତିତ ଜେଏଲଜି ଗୃପ ଗଠନ କରାଯାଇ ନାମମାତ୍ର ବା ଭୂମିହୀନ ଚାଷି ମାନଙ୍କୁ   ବଳରାମ ଯୋଜନାରେ ସର୍ବାଧିକ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ଯନ୍ତ ସମିତି ପକ୍ଷରୁ  ଋଣ ପ୍ରଦାନ ବ୍ଯବସ୍ଥା ଥିବା  ସୂଚନା ଦିଆଯାଇଥିଲା।ସମବାୟ ସମିତି ପକ୍ଷରୁ ଗତ ୧୫ ତାରିଖ ଠାରୁ ସପ୍ତାହ ବ୍ଯାପି   ଡାକବାଜୀ ଯନ୍ତ୍ର ମାଧ୍ଯମରେ  ସମିତି ରୁ ମିଳୁଥିବା ବିଭିନ୍ନ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ନୂତନ ସଭ୍ଯ ଗ୍ରହଣ , ପୁରାତନ ଲୋନି ଙ୍କୁ ଚିହ୍ନଟ କରି ନୂତନ ଲୋନ ପ୍ରଦାନ କରିବାକୁ ସମିତି ପକ୍ଷରୁ ବ୍ଯବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ସମିତି ନିର୍ଦ୍ଦେଶକ ଦିଲ୍ଲିପ ପାତ୍ର,ଅମୂଲ୍ଯ ଚକ୍ର,ରମେଶ ନାୟକ,ତ୍ରୀଲୋଚନ ବିଶ୍ବାଳ, ସମ୍ପାଦକ ଇଶ୍ବର ଚନ୍ଦ୍ର ସାହୁ,କର୍ମଚାରୀ ବିମ୍ବାଧର ରାଉତ ପରିଚାଳନାରେ ସହଯୋଗ କରିଥିଲେ।
ସେହିପରୀ ଅଳତି ସେବା ସମବାୟ ସମିତି ପକ୍ଷରୁ ୭୦ ତମ ସମବାୟ ସପ୍ତାହ ପାଳିତ ହୋଇଛି।ସମିତି ସମ୍ପାଦକ ମିନକେତନ ରାଉଳଙ୍କ ସଂଯୋଜନାରେ ଅତିଥି ଭାବେ ସାଇଁକୁଳ କେନ୍ଦ୍ର ସମବୟ ବ୍ଯାଙ୍କର ଶାଖା ପରିଚାଳକ ସିଦ୍ଧାନ୍ତ କୁମାର ବେହେରା,ସମିତି ସଭାପତି ସୁଶାନ୍ତ କୁମାର ରାଉତ,ରାମଚନ୍ଦ୍ରପୁର ସମିତିର କାର୍ଯ୍ଯକାରୀ ସମ୍ପାଦକ ଷ୍ଟିପେନସନ୍ସ ବୋଇତାଇ ଯୋଗଦେଇ  ସମବାୟ ସଦା ସର୍ବଦା ଚାଷ ଓ ଚାଷିଙ୍କ ସ୍ବାର୍ଥ କୁ ଗୁରୁତ୍ବ ଦେଇ ଆସିଛି।ସମବାୟ ସମିତି ମାଧ୍ଯମରେ ଚାଷି ଋଣ ନେଇ ନିଜର ସ୍ବ ଅର୍ଜିତ ଫସଲ ଉତ୍ପାଦନ କରି  ବିକ୍ରିବଟା କରିବା ର ପ୍ରକୃଷ୍ଠ ମାଧ୍ଯମ ସାଜିଛି। ରାଜ୍ଯ ସରକାର ଚଳିତ ବର୍ଷ ବିନା ସୁଧରେ କୃଷକ ମାନଙ୍କୁ ଏକ ଟଙ୍କା ପର୍ଯ୍ଯନ୍ତ ଋଣ ପ୍ରଦାନର  ବ୍ଯବସ୍ଥା କରିଥିବା ଅତିଥି ମାନେ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନାରେ ସମିତିର କର୍ମଚାରୀ  ଶ୍ରୀକାନ୍ତ ସାହୁ,ରବିନ୍ଦ୍ର କୁମାର ସ୍ବାଇଁ,ଅନିତା ସାହୁ ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ।
Govt
Leave A Reply