ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ସାଳଦେଇ ଗ୍ରାମର ପୂର୍ବତନ ସରପଞ୍ଚ ତଥା ସାଳଦେଇ ସମବାୟ ସମିତି ପୂର୍ବତନ ସଭାପତି ସ୍ୱର୍ଗତ ଚିନ୍ତାମଣି ଦାଶ ଙ୍କ ଏକାଦଶାହ ରେ ସାଳଦେଇ ବାସଭବନ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। କୋରେଇ ର ପୂର୍ବତନ ଅଧ୍ୟକ୍ଷ ଭିକାରି ଚରଣ ବରାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଶୋକସଭାରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଭାବ ବିହ୍ୱଳ ହୋଇ କରିଥିଲେ ଯେ। ସ୍ବର୍ଗତ ଚିନ୍ତାମଣି ଦାସଙ୍କ ମନରେ କୃଷକ ଓ ସାଧାରଣ ଜନତାଙ୍କ ପ୍ରତି ଥିଲା ଅସୀମ ଭଲପାଇବା। ସେମାନଙ୍କର ହୀତ ସାଧନରେ ସେ ବ୍ରତୀ ଥିଲେ, ଲୋକମାନଙ୍କୁ କିପରି ଉତ୍ତମ ସେବା ଦିଆଯାଇପାରିବ, ସେଥିପାଇଁ ସଦା ସର୍ବଦା ସେ ଚିନ୍ତିତ ଥିଲେ। ବାସ୍ତବରେ ସେ ଥିଲେ ସାଧାରଣ ଜନତାଙ୍କର ଦରଦୀ ବନ୍ଧୁ । ଘଷିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ସମ୍ମାନୀତ ଅତିଥି ଭାବେ ଘସିପୁରା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର,ଗୋପିନାଥ ସ୍ୱାଇଁ, ନନ୍ଦକିଶୋର ବେହେରା, ତରୁଆଁ ସରପଞ୍ଚ ରଶ୍ମିରଞ୍ଜିତା ବେହେରା, ସାଳଦେଇ ସରପଞ୍ଚ ରିତାଞ୍ଜଳୀ ବୋଇତେଇ, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ ସାହୁ , ସାଇଁକୁଳ ପୂର୍ବତନ ସରପଞ୍ଚ ବିଭାଷ ଚନ୍ଦ୍ର ନାୟକ, ହରିହର ବେହେରା, ତରୁଆଁ ର ପୂର୍ବତନ ସରପଞ୍ଚ ମଦନମୋହନ ନାୟକ,ସାଳଦେଇ ପୂର୍ବତନ ସରପଞ୍ଚ ପଦ୍ମନାଭ ଦାସ, ସାଳଦେଇ ସମବାୟ ସମିତି ର ସଭାପତି ବିଶ୍ଵରଞ୍ଜନ ବେହେରା, ସାଳଦେଇ ସମବାୟ ସମିତି ନିର୍ଦେଶକ ସୁରେନ୍ଦ୍ର ନାୟକ, ଯୋଗଦାନ କରିଥିଲେ। ଦିଲ୍ଲୀପ ସ୍ୱାଇଁ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ ଭାଗ୍ୟକମଳ ବୋଇତେଇ କରିଥିଲେ।ଅତିଥି ମାନେ ସ୍ୱର୍ଗତ ଚିନ୍ତାମଣି ଦାଶ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ସ୍ୱର୍ଗତ ଚିନ୍ତାମଣି ଦାଶ ସରପଞ୍ଚ ଦାୟିତ୍ୱରେ ରହିଥିବା ବେଳେ ପଞ୍ଚାୟତ ଉନ୍ନତି ପାଇଁ ସଦାସର୍ବଦା ମନେ ରହିବେ ତାଙ୍କ କାର୍ଯ୍ୟକାଳ ସମୟ ରେ ସାଳଦେଇ ପଞ୍ଚାୟତ ର ରାସ୍ତା, ପାନୀୟ ଜଳ , ଗରିବ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ସମବାୟ ସମିତି ର ସଭାପତି ହେବାପରେ ଚାଷୀ ଙ୍କ ହକ୍ ପାଇଁ ସଦାସର୍ବଦା କାର୍ଯ୍ୟ କରିଥିଲେ। ଏହି ସଭାକୁ ଟିକନ ଦାଶ,ମନୋରଞ୍ଜନ ଦାଶ , ଭାଗିରଥି ବୋଇତେଇ,ହାପି ପଟ୍ଟନାୟକ, ବିଜୟ ରାଉତ, ପ୍ରଶାନ୍ତ ବାରିକ, ପ୍ରମୋଦ ଖୁଣ୍ଟିଆ, ନିରାକାର ବିଶ୍ଵାଳ ପରିଚାଳନା ରେ ସହଯୋଗ କରିଥିଲେ