Odisha news

ମା ଜାଗେଶ୍ବରୀଙ୍କ କାଠି ଯାତ୍ରା ଆରମ୍ଭ 

0
ସାକ୍ଷୀଗୋପାଳ : ସ୍ଥାନୀୟ ଅଳଗୁମ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଜାଗେଶ୍ଵରୀଙ୍କ ନବଦିନ ଵ୍ୟାପି କାଠିଯାତ୍ରା ଷଷ୍ଠୀ ଓଷା ଅବସରରେ  ଆଜିଠାରୁ  ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗ୍ରାମର  ଅଧିଷ୍ଠାତ୍ରୀ ଦେବୀ ମା ଜାଗୁଳେଇ ଠାକୁରାଣୀ ଙ୍କ ବର୍ଷ ତମାମ ବନ୍ଦ ରହିଥିବା ମୁହଁ ଖୋଲାଯାଇଛି। ଦେଵୀ ଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ ମୁଖମଣ୍ଡଳରେ ଦିଆଯାଇଥିଵା  ବିରିଜାବ ଖୋଲି ଦିଆଯାଇଛି। ମନ୍ଦିର ର ଦୈନନ୍ଦିନ ଦେଵନୀତି ମଧ୍ୟରେ ବ୍ରାହ୍ମଣ ସେବକ ଦେବୀ ପ୍ରତିମା ଙ୍କୁ ଅଭିମନ୍ତ୍ରିତ ସୁଗନ୍ଧିତ ହଳଦୀ ପାଣିରେ ସ୍ନାନ କରିଥିଲେ। ଚୁଆ, ଚନ୍ଦନ, କର୍ପୁର, ସିନ୍ଦୁର, ନୂତନଵସ୍ତ୍ର, ଫୁଲମାଳ ଲାଗି କରାଯାଇ ମାଜଣା ହୋଇଥିଲା। ସନ୍ଧ୍ୟା ଆଳତି ପରେ ୩ ଜଶ କରଣ ଓ ୧୧ ଜଣ ବରାଳ ସେଵାୟତ ଦେଵୀଙ୍କ ର ସ୍ବତନ୍ତ୍ର ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ରେ ପ୍ରବେଶ କରିଥିଲେ। ଶାଢ଼ୀ, ଶଙ୍ଖା, ସିନ୍ଦୁର ଲାଗି କରାଯାଇ ଦେଵୀ ଙ୍କୁ ବେଶ କରାଯାଇଥିଲା। ବିଳମ୍ବିତ ରାତିରେ ଢୋଲ, ମହୁରୀ, ବାଦ୍ୟ, କାହାଳୀ, ଛତିତ୍ରାସ ସହିତ ଦେଵୀ ଙ୍କୁ ବଳି ଉତ୍ସର୍ଗ କରାଯାଇଥିଲା। ପରେ ପରେ ସ୍ନାନ, ବେଶ ଏବଂ ସଙ୍ଖୁଡିଭୋଗ ଧୂପ ଓ ଆଳତି ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଠାରୁ ଜାଗେଶ୍ଵରୀଙ୍କ କନ୍ୟା ପଦ୍ମାବତୀ ବାରପଡା ବିଶିଷ୍ଟ ଅଳଗୁମ ଗ୍ରାମ ପରିକ୍ରମା ଓ ଭୋଗଲାଗି ନିମନ୍ତେ ଗ୍ରାମଟି ଉତ୍ସବ ମୁଖର ହୋଇଉଠିବ। ନବଦିନ ଧରି ଗ୍ରାମର ପ୍ରବାସୀ ଓ ବନ୍ଧୁ ଵାନ୍ଧବଙ୍କ ସମାଵଶ ହେବ। ଶେଷ ପର୍ଯ୍ୟାୟରେ ଦେଵୀ ଙ୍କର ଦାନ୍ତକାଠି ମାଜଣା, ସୁରାଲାଗି, ୨୨ ହାତ ୨୨ ଆଙ୍ଗୁଳ ବିଶିଷ୍ଟ କାଠିରେ ଶାଢ଼ୀ ଲାଗି, କାଠି ପରିକ୍ରମା ଓ କାଠିପଡିଆଆ କୁ ବିଜେ ସମାରୋହରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଵ। ।ଫଟୋ ପରେ ଦିଆଯିବ l

Leave A Reply